ଧନଦାତ୍ରୀ ମା’ଗଜଲକ୍ଷ୍ମୀଙ୍କୁ ବିଦାୟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ପରିବା ବଜାର ପରିସରରେ କୁମାର ପୁର୍ଣ୍ଣିମା ଠାରୁ ପୂଜା ପାଇ ଆସୁଥିବା ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଭାସାଣି ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ରବିବାର ସକାଳ ୧୦ ଟାରୁ ଅପରାହ୍ନ୪ ଟା ପର୍ଯ୍ୟନ୍ତ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ପ୍ରାୟ ୫ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ପ୍ରସାଦ ସେବନ କରି ପ୍ରଭୁକୃପା ଲାଭ କରିଥିଲେ । ସନ୍ଧ୍ୟାରେ ମା’ ଗଜଲକ୍ଷ୍ମୀଙ୍କୁ ବିରାଟ ଶୋଭାଯାତ୍ରାରେ ଭସାଣିରେ ବାହାରିଥିଲେ । ମେଢ ଆଗରେ ଡ଼ିଜେ ସାଉଣ୍ଡ, ଘୋଡ଼ାନାଚ, ବାଜା, ବାଣ ପଟୁଆରରେ ହିଂଜିଳି ସହର ଦୁଲୁକି ଉଠିଥିଲା । ପରିବା ବଜାର ଠାରୁ ଘୋଡ଼ାହାଡ଼ ନଦୀ ପର୍ଯ୍ୟନ୍ତ ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ହଜାର ହଜାର ଦର୍ଶକ ଭସାଣି ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ସକାଶେ ପୂଜା କମିଟି କର୍ମକର୍ତା ମାନେ ଦାୟିତ୍ୱ ନେଇଥିଲେ । ଟ୍ରାଫିକ ନିୟନ୍ତ୍ରଣ ସକାଶେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କୁ ସ୍ଥାନୀୟ ଘୋଡ଼ାହାଡ଼ ନଦୀରେ ବିସର୍ଜନ କରାଯାଇଥିଲା ।