ଧନୀ ପତି

ବଲିଉଡ଼ର ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ଅମାପ ସମ୍ପତ୍ତିର ମାଲିକ । ଅନ୍ୟ ଏକ ଭାରତୀୟ ୱେବସାଇଟରେ ଜାରି ଏହି ଅଭିନେତ୍ରୀମାନଙ୍କ ତାଲିକାର ଶୀର୍ଷରେ ଅଛନ୍ତି ବିଗତ ଦିନର ନାୟିକା ଟିନା ମୁନିମ ଅମ୍ବାନୀ । ଟିନାଙ୍କ ସ୍ୱାମୀ ବିଶିଷ୍ଟ ଶିଳ୍ପପତି ଧୀରୁଭାଇ ଅମ୍ବାନୀଙ୍କ ଦ୍ୱିତୀୟ ପୁତ୍ର । ଅନୀଲଙ୍କ ମୋଟ ସମ୍ପତ୍ତିର ପରିମାଣ ୨୮ ବିଲିୟନ ଡଲାର ବୋଲି ଉକ୍ତ ୱେବସାଇଟରେ ଦର୍ଶାଯାଇଛି । ଟିନାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ସେଲିନା ଜେଟ୍‌ଲି । ସେଲିନାଙ୍କ ସ୍ୱାମୀ ଅଷ୍ଟ୍ରିୟାର ଜଣେ ବିଶିଷ୍ଟ ବ୍ୟବସାୟୀ ପିଟର ହାଗ୍ । ଦୁବାଇ ଓ ସିଙ୍ଗାପୁର ପରି ଏକାଧିକ ମହାନଗରରେ ତାଙ୍କର ବହୁତାରକା ବିଶିଷ୍ଟ ହୋଟେଲ ରହିଛି । ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୨.୩ ବିଲିୟନ ଡଲାର । ତାଲିକାର ତୃତୀୟ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ଯଥାକ୍ରମେ ରାଣୀ ମୁଖାର୍ଜୀ, ଶିଳ୍ପା ସେଟ୍ଟି କୁନ୍ଦ୍ରା ଓ ଆଶିନ । ରାଣୀ ବଲିଉଡ଼ର ପ୍ରସିଦ୍ଧି ସିନେ ପ୍ରଯୋଜକ ଚୋପ୍ରା ପରିବାରର ଆଦିତ୍ୟ ଚୋପ୍ରା ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଆଦିତ୍ୟ ବଲିଉଡର ଜଣେ ଆଗଧାଡ଼ିର ପ୍ରଯୋଜକ । ତାଙ୍କ ସମ୍ପତ୍ତିର ପରିମାଣ ୯୬୦ ମିଲିୟନ ଡଲାର । ସେହିପରି ଶିଳ୍ପାଙ୍କ ସ୍ୱାମୀ ରାଜକୁନ୍ଦ୍ରା ଜଣେ ଶିଳ୍ପପତି । ସେ ୪୦୦ ମିଲିୟନ ଡଲାର ସମ୍ପତ୍ତିର ମାଲିକ । ପଞ୍ଚମ ସ୍ଥାନରେ ଥିବା ଆଶୀନ ହେଉଛନ୍ତି ଆମିର ଖାଁଙ୍କ ଅଭୀନିତ ଅତ୍ୟନ୍ତ ସଫଳ କଥାଚିତ୍ର ‘ଗଜ୍‌ନୀ’ର ସେଇ ନାୟିକା ଯିଏ ମାଇକ୍ରୋମାକ୍ସ କମ୍ପାନୀର କୋ ଫାଉଣ୍ଡର ରାହୁଲ ଶର୍ମାଙ୍କୁ ବିବାହ କରି ଅଭିନୟରୁ ଦୂରେଇ ଯାଇଥିଲେ । ରାହୁଲଙ୍କ ସମ୍ପତ୍ତିର ପରିମାଣ ୧୦୦ ମିଲିୟନ ଡଲାର ବୋଲି ଉକ୍ତ ୱେବସାଇଟରେ ଦର୍ଶାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ