ଧନୁର୍ଜୟପୁର ପଞ୍ଚାୟତ କାର୍ଯ୍ୟାଳୟ ଉପରୁ ବିଦୁ୍ୟତ ତାର ହଟାଇବାକୁ ଦାବି

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଯାଇଥିବା ୩୩କେଭି ଓ ୧୧କେଭି ତାର ହଟାଇବାକୁ ସରପଞ୍ଚ ଦାବି କରିଛନ୍ତି । ଏନେଇ ସେ ବିଭାଗୀୟ ସହାକରୀ ଯନ୍ତ୍ରୀ , ହାଟଡିହି ବ୍ଲକର ବିଡିଓ ଏବଂ କେନ୍ଦୁଝର ଜିଲ୍ଲାପାଳଙ୍କୁ ଚିଠି କରି ଜଣାଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଧନୁର୍ଜୟପୁର ପଞ୍ଚାୟତ କାର୍ଯ୍ୟଳୟ ପରିସର ଦେଇ ଦୁଇ ଦୁଇଟି ଉଚ୍ଚଶକ୍ତି ସମ୍ପନ୍ନ ବିଦୁ୍ୟତ ତାର ଯାଇଛି । ଏପରିକି ବିଦୁ୍ୟତ ଖୁଣ୍ଟ ଶୋଇ ପଡିଥିବାରୁ ତାର ଗୁଡିକ ବହୁତ ତଳେ ଯାଇଛି । ଅନେକ ସମୟରେ ଏଠାରେ ଶହଶହ ଲୋକ ଭତ୍ତା ଓ ପିଡିଏସ ଚାଉଳ ପାଇଁ କାର୍ଯ୍ୟାଳୟ ପରିସରରେ ରୁଣ୍ଡିଭୁତ ହୋଇଥାନ୍ତି । ବିଦୁ୍ୟତ ତାରଗୁଡିକର ସ୍ଥିତିକୁ ନେଇ ଅଘଟଣର ଆଶଙ୍କା କରାଯାଉଛି । ସେହିପରି ପଞ୍ଚାୟତର ନୁତନ ବିଲିଡିଂ ନିର୍ମାଣ କରାଯିବା ପାଇଁ ନିଷ୍ପତି ହୋଇଥିବାବେଳେ ବିଦୁ୍ୟତ ତାର ଘୁଞ୍ଚାଯାଉ ନଥିବାରୁ ବିଲିଡିଂ ନିର୍ମାଣ ହୋଇପାରୁନି । ଏନେଇ ବାରମ୍ବାର ବିଦୁ୍ୟତ ବିଭାଗକୁ ଜଣାଯାଇଥିଳେବି ସେମାନେ କିଛି ପଦକ୍ଷେପ ନେଇ ନାହାନ୍ତି । ୭ଦିନ ଭିତରେ କୌଣସି ପଦକ୍ଷେପ ନନେଲେ ଆନେ୍ଦାଳନକୁ ଓହ୍ଳାଇ ବିଦ୍ୟାଧରପୁର ବିଦୁ୍ୟତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ସରପଞ୍ଚ ସର୍ଦ୍ଦାର ହୋ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ