ରିପୋର୍ଟରେ ଭୁଲତଥ୍ୟକୁ ନେଇ ଅସନ୍ତୋଷ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଜାତୀୟ ଅନୁସୂଚିତ ଜାତି କମିଶନଙ୍କୁ ଦିଆଯାଇଥିବା ରିପୋର୍ଟରେ ଭୁଲତଥ୍ୟକୁ ନେଇ କେ ବାଲିପାଳ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଅଁଳେଇବାଲିପାଳ, ମୟୂରନଚା ଓ ଭଅଁରା ଗ୍ରାମକୁ ବ୍ଲକ ହେଡକ୍ୱାଟର୍ସରୁ ଭଲ ରାସ୍ତା ହୋଇଥିବା ରିପୋର୍ଟ ଦେଇଥିବା ବେଳେ ବାସ୍ତବରେ ଛତ୍ରାଘାଟି ଠାରୁ କଅଁଳେଇବାଲିପାଳ ଗ୍ରାମ ପର୍ଯ୍ୟନ୍ତ ପାଣି ରାସ୍ତାଟି କାଦୁଅରେ ପରିପୂର୍ଣ୍ଣ ହୋଇଯାଇଛି। ଯାହାକି ଗତ ସପ୍ତାହରେ ସ୍ୱାସ୍ଥ୍ୟବିଭାଗର ଏକ ଟିମ ଗ୍ରାମକୁଆସୁଥିବାବେଳେ ରାସ୍ତାର ଶୋଚନୀୟ ସ୍ଥିତିଦେଖି ଫେରିଯାଇଥିଲେ। କଅଁଳେଇବାଲିପାଳ ଗ୍ରାମ ରେ ଅଙ୍ଗନୱାଡ଼ି ଘର ହୋଇଛି ବୋଲି ବ୍ଲକ ଉନ୍ନୟନ ଅଧିକାରୀ ରିପୋର୍ଟ ଦେଇଥିବା ବେଳେ କୁନିକୁନି ପିଲାମାନେ ଭଙ୍ଗା ଦଦରା ପୁରୁଣା ଟିଣ ଘରେ ଖାଦ୍ୟ ଦିଆଯାଉଛି। ସେହିପରି କଅଁଳେଇବାଲିପାଳ ଗ୍ରାମ କୁ ବିଜୁପକ୍କାଘର ଯୋନାରେ ୧୧ଟି, ଇନ୍ଦିରା ଆବାସ ଯୋଜନାରେ ୨୭ଟି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ମାଇନିଂ ଯୋଜନାରେ ୧୮୮ଟି, ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଗ୍ରାମିନ୍ ଯୋଜନାରେ ୦୩ ଟି ଘର ମୋଟ୍ କଅଁଳେଇବାଲିପାଳ ଗ୍ରାମ କୁ ୨୨୯ ଘର ଦିଆଯାଇଥିବା ରିପୋର୍ଟ ଦେଇଥିବା ବେଳେ କଅଁଳେଇବାଲିପାଳ ଗ୍ରାମ ରେ କେହିଜଣେ ବି କୌଣସି ଯୋଜନାରେ ଘର ପାଇନାହାନ୍ତି। ମଧୁ ବାବୁ ପେନସନ ଯୋଜନା ରେ ୩୦ ଜଣ ଭତ୍ତା ପାଉଥିବା ବେଳେ ୨୭୪ ଜଣ ପାଉଛନ୍ତି ବୋଲି ପ୍ରଶାସନ ପକ୍ଷରୁ ଜାତୀୟ ଅନୁସୂଚିତ ଜାତି କମିଶନଙ୍କୁ ରିପୋର୍ଟ ଦିଆଯାଇଥିବା ବୁଦ୍ଧିରାମ ପୂର୍ତ୍ତି,ରାଉତ ହୋ,କର୍ଣ୍ଣ କଶିମାଳ,କୁନାମନ୍ତ ପ୍ରଧାନ,ନାରଣ ହୋ, ରାଜେଶ ହୋ, ରାଜନ ସୋରେନ୍ ,ଜରେ ପୂର୍ତ୍ତି,ସିଙ୍ଗିରାଇ ପୂର୍ତ୍ତି,ତୁରାମ ସୁଣ୍ଡି, ସୁଶାନ୍ତ ନାଇକା, ରାଉତ କାଣ୍ଡିଆଁନ୍,ନୁଖା ଖଣ୍ଡେଇ, ନିରଞ୍ଜନ ପ୍ରଧାନ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯାଉ ବୋଲି ଏସ୍ ଟି ସଦସ୍ୟ କମିଶନ୍ ଅନ୍ତ ନାୟକ ଙ୍କୁ ଗ୍ରାମବାସୀ ମାନେ ଲିଖିତ ଅଭିଯୋଗ କରିଛନ୍ତି। ଏହି ପୁରାତନ ଗ୍ରାମକୁ ଜଳସମ୍ପଦ ବିଭାଗ, ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗ ଯୁଗ୍ମ ତଦନ୍ତ କରି ଜଳସମ୍ପଦ ବିଭାଗ ବୁଢି ଅଞ୍ଚଳ ସୀମାକୁ ଚିହ୍ନଟ କରି ଏହି ପୁରାତନ ଗ୍ରାମଗୁଡିକୁ ତୁରନ୍ତ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବି କରିଛନ୍ତି।


