ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୀଛାତ୍ରଙ୍କୁ ସହାୟତା

କେନ୍ଦ୍ରାପଡା,( ଚିତ୍ତରଞ୍ଜନ ଦାସ ): ବସପୁରସ୍ଥିତ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୀ ଗରୀବ ଛାତ୍ରଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଏକମାଣିଆ ଗ୍ରାମର ଗରୀବ ଦିନମଜୁରିଆ ପ୍ରତାପ ବେହେରାଙ୍କ ପୁଅ ପରମାନନ୍ଦ ବେବେରା ଚଳିତବର୍ଷ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ +୨ କଳାରେ ୮୪.୩୩ ପ୍ରତିଶତ ମାର୍କ ରଖି ପାସ କରିଥିଲେ । ତାଙ୍କର ବାପ।।ଙ୍କ ଆର୍ôଥକ ଅବସ୍ଥା ସ୍ୱଛଳ ନଥିବାରୁ ଉଚ୍ଚଶିକ୍ଷା ନିମନ୍ତେ ତାଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସମାଜସେବୀ ଭଗବାନ ବିଶ୍ୱାଳ ମେଧାବୀଛାତ୍ର ପରମାନନ୍ଦଙ୍କୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ