ବୃଦ୍ଧଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୋଧରେ ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡା,( ଚିତ୍ତରଞ୍ଜନ ଦାସ ): ଜନୈକ ବୃଦ୍ଧଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ସଦର ଥାନା ପୋଲିସର ଉଦାସୀନତା ବିରୋଧରେ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାଇ ସଦର ଥାନା ଅନ୍ତର୍ଗତ ଭରତପୁର ପଂଚାୟତର ହରିଡାଦଣ୍ଡା ପଡା ଗ୍ରାମର ପ୍ରଫୁଲ୍ଲ ବାରିକ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ କୋର୍ଟରେ ଚାଲିଥିବା ଏକ ଜମିଜମା ମକ୍କଦ୍ଦମାରେ ତାଙ୍କର ଜିତାପଟ ହେବାକୁ ନେଇ ତାଙ୍କ ବାପା ୮୨ବର୍ଷର ବୃଦ୍ଧ ଶତୃଘନ ବାରିକଙ୍କୁ ଗତ ୫ତାରିଖରେ ବସନ୍ତ ବାରିକଙ୍କ ସମେତ ୪ଜଣ ବିଭିନ୍ନ ମାରଣାସ୍ତ୍ରରେ ଅତର୍କିତ ଭାବେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ବାପାଙ୍କର ମୁଣ୍ଡ, ହାତ ଓ ପିଠି ଫାଟି ଯାଇ ପ୍ରବଳ ରକ୍ତସ୍ରାବ ହେବାରୁ ପ୍ରଫୁଲ୍ଲ ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ବୃଦ୍ଧ ବାପା ମରଣ ସହ ସଂଗ୍ରାମ କରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ପ୍ରଫୁଲ୍ଲ ଏସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଭାବେ ସେହିଦିନ ଅଭିଯୋଗ କରିଥିଲେବି ପୋଲିସ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସେ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ