ଧନେଶ୍ୱର ଖଣ୍ଡେଇ ହେଲେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ଭାବେ ଧନେଶ୍ୱର ଖଣ୍ଡେଇଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀଯୁକ୍ତ ଖଣ୍ଡେଇ ହାଟଡିହି ବ୍ଲକର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିବାବେଳେ ଆଜି ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠିନଂ-୪୫୬୧ତା ୨୭/୨/୨୦୨୩ରେ ଏହି ନିଯୁକ୍ତି ଦିଆଯାଇଛି । ସେ ହାଟଡିହି ବ୍ଲକର ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଶ୍ରୀଯୁକ୍ତ ଖଣ୍ଡେଇ ହାଟଡିହି ବ୍ଲକର ରଘୁନାଥପୁର ସରକାରୀ ୟୁପି ସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିବାବେଳେ ୨୦୦୦ମସିହାରୁ ୨୦୦୯ ପର୍ଯ୍ୟନ୍ତ ହାଟଡିହି ବ୍ଲକରେ ଅନୁ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ୨୦୧୩ ରୁ ୨୦୧୭ ପର୍ଯ୍ୟନ୍ତ ସାହାରାପଡା ବ୍ଲକରେ ଏବିଇଓ ଭାବେ କାର୍ଯ୍ୟ କରିଥିବାବେଳେ ୨୦୧୭ରୁ ଆଜି ପର୍ଯ୍ୟନ୍ତ ହାଟଡିହି ବ୍ଲକର ଏବିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ମିଳିବାପରେ ଅନେକ ଶିକ୍ଷା ସଂଗଠନ, ସହକର୍ମୀଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାରେ ଶ୍ରୀ ଖଣ୍ଡେଇ ସଫଳ ହେବେ ବୋଲି ଆଶାବାଦୀ ଅଛନ୍ତି ।