ଧମାଲ୍ କରୁଛି ‘ଦବଙ୍ଗ ୩’
ମୁମ୍ବାଇ : ଗତ ୨୦ ତାରିଖରେ ରିଲିଜ ହୋଇଥିଲା ଫିଲ୍ମ ‘ଦବଙ୍ଗ ୩’ ବକ୍ସ ଅଫିସରେ ଧମାଲ କରିବାରେ ଲାଗିଛି। ଫିଲ୍ମ ପ୍ରଥମ ଦିନରେ ୨୪.୫୦ କୋଟି, ଦ୍ୱିତୀୟ ଦିନରେ ୨୪.୭୫ କୋଟି ଟଙ୍କା ଓ ତୃତୀୟ ଦିନରେ ଏହା ୩୧.୯୦ କୋଟି ଟଙ୍କା ଆୟ କରିଛି। ଅର୍ଥାତ ଫିଲ୍ମଟି ମାତ୍ର ୩ ଦିନରେ ୮୧.୧୫ କୋଟି ଟଙ୍କା କଲେକ୍ସନ କରିସାରିଲାଣି। ଏହା ବ୍ୟତୀତ ରିଲିଜ୍ ପୂର୍ବରୁ ଦବଙ୍ଗ-୩ ୧୫୫ କୋଟି ଟଙ୍କା ଆୟ କରିସାରିଥିଲା। ଆମାଜନ୍ ପ୍ରାଇମ୍ ଅନ୍ଲାଇନ୍ ଷ୍ଟ୍ରିମିଂ, ଟି’ ସିରିଜକୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ଫିଲ୍ମଟି ଏହି ଟଙ୍କା ଆୟ କରିଥିଲା।


