କପିଲ ଓ ସୁନୀଲଙ୍କୁ ମିଶାଇବାକୁ ଚାହୁଛନ୍ତି ସଲମାନ!

ଲୋକପ୍ରିୟ କମେଡିଆନ କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଦୀର୍ଘ ବର୍ଷ ଧରି ଟେଲିଭିଜନ ସ୍କ୍ରିନ୍‌ରେ ଏକାଠି ନଜର ଆସୁଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା କାରଣରୁ ସୁନୀଲ ନିଜକୁ ‘ଦ କପିଲ ଶର୍ମା ଶୋ’ରୁ ଅଲଗା କରି ଦେଇଥିଲେ। କପିଲ ଓ ସୁନୀଲଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ପରେ ସେମାନଙ୍କ ପ୍ରଶଂସକ ପୁଣିଥରେ ସେମାନଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରିଛନ୍ତି। କାରଣ ଏବେ ସୋସାଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସଲମାନ ଖାନଙ୍କ ସହ ଉଭୟ କପିଲ ଓ ସୁନୀଲ ଉଭୟ ନଜର ଆସୁଛନ୍ତି। ସୂଚନାଯୋଗ୍ୟ ଯେ ଏହି ଦୁଇ ହାସ୍ୟ ଅଭିନେତାଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ୨୦ ଡିସେମ୍ବରରେ ସଲମାନଙ୍କ ଭାଇ ସୋହେଲ ଖାନଙ୍କ ଜନ୍ମଦିନ ପାଳନ କରିଥିଲେ। ଏଥିପାଇଁ ସେ ନିଜ ଘରେ ଏକ ପାର୍ଟି ରଖିଥିଲେ। ଏହି ଜନ୍ମଦିନ ପାର୍ଟିରେ ସୁନୀଲ ଓ କପିଲ ସାମିଲ ହୋଇଥିଲେ। ଏହି ସମୟରେ ଉଭୟ ସଲମାନଙ୍କ ସହ ଏକ ଫଟୋ କ୍ଲିକ୍‌ କରିଥିଲେ। ଏହି ଫଟୋକୁ କପିଲ ନିଜେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହାପରେ ଅନୁମାନ ଲଗାଯାଉଛି ଯେ ବୋଧହୁଏ କପିଲ ଓ ସୁନୀଲଙ୍କ ମଧ୍ୟରେ ଖୁବ୍‌ଶୀଘ୍ର ବୁଝାମଣା ହେବାକୁ ଯାଉଛି ଓ ସେମାନେ ଏକାଠି ନଜର ଆସିପାରନ୍ତି। ସୂଚନାଯୋଗ୍ୟ ଯେ ସୋହେଲ ଖାନଙ୍କ ଜନ୍ମଦିନ ପାର୍ଟିରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ଅନେକ ବଡ଼ ବଡ଼ କଳାକାର ଓ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ନେହା ଧୁପିଆ, ଅଙ୍ଗଦ ବେଦୀ, ହିମେଶ ରେଶମିଆ, ରିତେଶ ଓ ଜେନେଲିଆ ଦେଶମୁଖ, ସନ୍ନି ଲିଓନି ମଧ୍ୟ ସାମିଲ୍‌ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ