ଧରମପୁରରେ ଜୟଦୁର୍ଗା ପୂଜାତ୍ସୋବ ପାଇଁ କଳଶଯାତ୍ରା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଧରମପୁର ଗ୍ରାମରେ ରେ ୩୨ତମ ପୂଜାତ୍ସୋବ ଆରମ୍ଭ ହୋଇଛି । ଏଥିପାଇଁ ମା ଙ୍କ ପୀଠରେ ଗତକାଲି ବିଲ୍ୱାଧିବାସ, କରାଯିବାପରେ ଆଜି ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ମାଙ୍କ ନିକଟରେ କଳଶ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଆସନ୍ତାକାଲି ମହାଷ୍ଟମୀ, ଚଣ୍ଡୀପାଠ, ବଳିଛେଦ, ଭଜନ ସମାରୋହ ଅନୁଷ୍ଠିତ ହେବାକୁ ଥିବାବେଳେ ୭ତାରିଖ ଦିନ ମହାନବମୀ, ୧୦୮ ଦୁର୍ଗା ଚାଳିଶା, ସୂର୍ଯ୍ୟପୂଜା, ୮ତାରିଖ ଦିନ ଦଶହରା, ରାବଣପୋଡି, କୁମାରୀ ପୂଜା ଓ ୯ତାରିଖ ଦିନ ବିଷର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଜୟଦୁର୍ଗା ଫ୍ରିଡମ ଆସୋସିଏସନ ଦ୍ୱାରା ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ସ୍ୱରୁପ ପିଲା ମାନଙ୍କ ଭିତରେ କୁଇଜ, ସାଧାରଣ ଜ୍ଞାନ, ଗ୍ରୁପ ଡ୍ୟାନସ ଆଦି କାର୍ଯ୍ୟକ୍ରମ, ପାଲା ପରିବେଷଣ ଆୟୋଜିତ ହେବ ବୋଲି ଆୟୋଜକ ହଳଧର ବେହେରା ଜଣାଇଛନ୍ତି ।