ଧରମପୁରରେ ଜୟଦୁର୍ଗା ପୂଜାତ୍ସୋବ ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ଧରମପୁର ଠାରେ ଜୟଦୁର୍ଗା ଫ୍ରିଡମ ଆସୋସିଏସନ ପକ୍ଷରୁ ଜୟଦୁର୍ଗା ପୂଜାତ୍ସୋବ ଅନୁଷ୍ଠିତ ହୋଇଯାଇଛି । ୫ଦିନ ଧରି ମା ଜୟଦୁର୍ଗାଙ୍କ ପାଖରେ ବିଲ୍ୱବରଣ, ଷଷ୍ଠୀ ପୂଜା, କଳଶପୂଜା, ଗୁରୁପୂଜା, ଧେନୁପୂଜା, କୁମାରୀ ପୂଜା, ସପତମୀପୂଜା, ମହାଷ୍ଟମୀ ପୂଜା ଆଦି କରାଯିବା ସହିତ ରାବଣପୋଡି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଳଧର ବେହେରା, ମାର୍କଣ୍ଡ ବେହେରା, ମହେନ୍ଦ୍ର ବେହେରା, ପ୍ରଦୀପ ବେହେରା, ପ୍ରତାପ ବେହେରା, ଶୁକଦେବ ବେହେରା, ପ୍ରହଲାଦ ବେହେରା, ଦିଲ୍ଲିପ ବେହେରା. ଫିଲପ ବେହେରା, ସନ୍ତୋଷ ସାହୁ, ସବିତା ମଲ୍ଲିକ ପ୍ରମୁଖ କର୍ତ୍ତା ଭାବେ ପୂଜା କାର୍ୟ୍ୟରେ ସାମିଲ ହୋଇଥିବାବେଳେ ପଣ୍ଡିତ ବିଶ୍ୱନାଥ ତ୍ରିପାଠୀ, ଲକ୍ଷ୍ମୀଧର ପଣ୍ଡା, ରୁନୁ ପଣ୍ଡା, ଗୋପୀନାଥ ପାଣିଗ୍ରାହୀଙ୍କ ବେଦମନ୍ତ୍ରରେ ପୂଜାକାର୍ୟ୍ୟ ସମ୍ପାଦାନ ହୋଇଥିଲା । ଏହି ଅବସରରେ ପାଲା ପରିବେଷଣ କରାଯିବା ସହିତ ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ କୁଇଜ, ତର୍କ, ନୃତ୍ୟ ଆଦି ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା ।