ଧର୍ମପରାୟଣା ମହିଳା ଶାନ୍ତିଲତା ମଲ୍ଲିକଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଶାଳବଣି ଗ୍ରାମର ବରିଷ୍ଠ ବିଜେଡି ନେତା ସୁଦର୍ଶନ ମଲ୍ଲିକଙ୍କ ଦର୍ମପତ୍ନୀ ଶାନ୍ତିଲତା ମଲ୍ଲିକଙ୍କ ୬୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତକାଲି ସକାଳେ ଘର ବାରଣ୍ଡାରେ ବସିଥିବାବେଳେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ଧର୍ମପରାୟଣା, ମିଷ୍ଠଭାଷୀ ଓ ପରୋପକାରୀ ମହିଳା ଭାବେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବରପାଇ କୃପାସିନ୍ଧୁ ମଲ୍ଲିକ, ବନମାଳୀ ରାଉତ, ରମାକାନ୍ତ ମଲ୍ଲିକ, ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, ଅନାଦି ଚରଣ ମଲ୍ଲିକ, ପବିତ୍ର ମଲ୍ଲିକ, ଚିତ୍ତରଞ୍ଜନ ମଲ୍ଲିକ, ଜୟଦେବ ମଲ୍ଲିକ, ହାଡିବନ୍ଧୁ ମଲ୍ଲିକ, ଅନାମ ଚରଣ ଲେଙ୍କା, ଗୟାଧର ମଲ୍ଲିକ, ପୁର୍ଣ୍ଣଚନ୍ଦ୍ର ହାତୀ, ସିନିଲ କୁମାର ମଲ୍ଲିକ, ଶରତ କୁମାର ମଲ୍ଲିକ, ମାନସ କୁମାର ମଲ୍ଲିକ, ଶଙ୍କର୍ଷଣ ମଲ୍ଲିକ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାିବାପରେ ବୈତରଣୀ ନଦୀକୁଳକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ମହେଶ୍ୱର ମଲ୍ଲିକ ମୁଖାଗ୍ନି ଦେଇଥିବାବେଳେ ଆୟୁଷ ରଞ୍ଜନ ମଲ୍ଲିକ, ପିୟୁଷ ରଞ୍ଜନ ମଲ୍ଲିକ, ଦୀପକ ମଲ୍ଲିକ, ସୁଶିଳ ମଲ୍ଲିକଙ୍କ ସମେତ ଅନେକ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ