ଧର୍ମପରାୟଣ ମହିଳାଙ୍କ ପରଲୋକ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ହାଟଡିହୀ(ପଳସା) ଗ୍ରାମର ସ୍ୱର୍ଗତ ରଘୁନାଥ ରାଉତଙ୍କ ଧର୍ମପତ୍ନୀ ତଥା ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତଙ୍କ ମାତା ଅପୂର୍ବ ଦେବୀ(୮୧)ଙ୍କର ଗୁରବାର ସନ୍ଧ୍ୟାରେ ପରଲୋକ ଘଟିଛି । ଗତ ସପ୍ତାହରେ ସେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ପୁତ୍ର ଭାଗିରଥି, ଗଦାଧର, ସନାତନ, ହିମାଂଶୁଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଏକ ଶୋକାକୂଳ ପରିବେଶରେ ଦାହ କରାଯାଇଥିଲା । ବଡପୁଅ ବିଜୟ ମୁଖାଗ୍ନି ଦେଇଥିଲେ । ସେ ଜଣେ ଅମାୟିକ, ଶାନ୍ତ, ସରଳ ଓ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ