ଧର୍ମପରାୟଣ ମହିଳାଙ୍କ ପରଲୋକ

ହାଟଡ଼ିହି ,(ଯୁଗାବ୍ଦ ନ୍ୟୁଜ) : ଘସିପୁରା ଗେଟ ସାହିର କାଙ୍ଗାଳି ଚରଣ ସାହୁଙ୍କ ସହଧର୍ମଣୀ ସୁଲୋଚନା ସାହୁ(୬୫)ଙ୍କ ପରଲୋକ ଘଟିଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ଓ ବନ୍ଧୁବତ୍ସଳା ମହିଳା ଭାବେ ପରିଚିତ ଥିଲେ । ଆଜି ସକାଳ ୭ଟାବେଳେ ଫୁଲ ତୋଳିବାକୁ ଯାଇଥିବାବେଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଆନନ୍ଦପୁର ୁପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ଦିନ ଗୋଟାଏ ବେଳେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁଅ କେଦାର ସାହୁ, ଦୁର୍ଗାପ୍ରସାଦ ସାହୁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଘସିପୁରାକୁ ଅଣାଯିବାପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ବୈତରଣୀକୁଳ ଝାଡେଶ୍ୱର ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ତାଙ୍କ ପରଲୋକରେ ସମଗ୍ର ଘସିପୁରାରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ