ଧର୍ମପରାୟଣ ମହିଳାଙ୍କ ପରଲୋକ
ହାଟଡ଼ିହି, : ହାଟଡିହି ବ୍ଳକ ଢ଼େଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ଦୁର୍ଯ୍ୟୋଧନ ବିଶ୍ୱାଳଙ୍କ ସ୍ତ୍ରୀ ବାସନ୍ତୀ ବିଶ୍ୱାଳଙ୍କ (୬୭) ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ଓ ବନ୍ଧୁ ବତ୍ସଳା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ପରଲୋକ ଖବରପାଇ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ପୁର୍ବତନ ବିଜେଡି ବ୍ଲକ ସଭାପତି ବିକ୍ରମ କେଶରୀ ବିଶ୍ୱାଳ, ମନୋଜ ମହାନ୍ତିଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ପ୍ରଭାତ ବିଶ୍ୱାଳ ମୁଖାଗ୍ନି ଦେଇଥିବାବେଳେ ସୁବାସ, ରମେଶ, ପ୍ରଫୁଲ, ନିରାକାର, ବନମାଳୀ, ପୁପୁନୁ, ମନୁ, ଲିଙ୍ଗ, ଆୟାନଙ୍କ ସମେତ ସମସ୍ତ ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀମାନେ ଶେଷକୃତ୍ତ୍ୟରେ ସାମିଲ ହୋଇଥିଲେ ।