ଧର୍ମପରାୟଣ ମହିଳାଙ୍କ ପରଲୋକ
ବନ୍ତ, (ଯୁଗାଦ୍ଧ ନ୍ୟୁଜ) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅର୍ଜ୍ଜୁନ ଚରଣ ନାୟକଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ସୁଲୋଚନା ନାୟକ(୮୦)ଙ୍କର ଶନିବାର ପରଲୋକ ଘଟିଛି । ସେ ଗତ କିଛି ଦିନ ହେବ ବୟସାଧିକ କାରଣରୁ ଅସୁସ୍ଥ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ବୋହୁ, ନାତିନାତୁଣୀଙ୍କ ସମେତ ପରିବାରବର୍ଗ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଏକ ଶୋକାକୂଳ ପରିବେଶରେ ଦାହ କରାଯାଇଥିଲା । ପୁତ୍ର ପ୍ରଫୁଲ୍ଲ ମୁଖାଗ୍ନି ଦେଇଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।