ଧର୍ମପରୟଯଣା ମହିଳା ସୁଚିତ୍ରା ପଣ୍ଡା ଆରପାରିରେ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଂଚଳର ଧର୍ମପରାୟଣା ମହିଳା ସୁଚିତ୍ରା ପଣ୍ଡା(୯୪) ଙ୍କର ଗୁରୁବାର ରାତି ୧୦ ଟା ପାଖାପାଖି ସମୟରେ ତାଙ୍କର କୁଚେଇବୁଡି ବାସ ଭଵନରେ‌ ଦେହାନ୍ତ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ,ଅମାୟିକ,ନମ୍ର, ସେନାପତି,ପରୋପକାରୀ ମହିଳା ଥିଲେ ।ତାଙ୍କର ମୃତ୍ୟୁ ସମୟରେ ତାଙ୍କର ୩ ପୁତ୍ର ଅମର,କଟି,ଫୁଟି ପଣ୍ଡା,ନାତି ବାଳୀ,ଟଳି,ନିକିତା,ନିକି,ଶୁଭମ ଏବଂ ପୁତ୍ରବଧୂମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଜ୍ଞାତିପରିଜନ, ଶୁଭେଛୁ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଡଭୋକେଟ ପ୍ରଭାସ କବି, ଅଶ୍ବିନୀ ପଣ୍ଡା, ଈଶାନ ମିଶ୍ର, ସତ୍ୟ ରଂଜନ ମହାପାତ୍ର, ସଂଗ୍ରାମ କବି, ମାନସ ଓତା, ବୀରେଶ କବି, ପ୍ରମୁଖ ପହଞ୍ଚି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ