ଧର୍ମପ୍ରାଣ ସମାଜସେବିକାଙ୍କ ପରଲୋକ : ନାଗରିକ ମହାମଂଚ ପକ୍ଷରୁ ଗଭୀର ଶୋକପ୍ରକାଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଖୋର୍ଦ୍ଧା ଜିଲ୍ଲା ଗେଡ଼ିଆପଲ୍ଲୀ ଅନ୍ତର୍ଗତ ସାମୁକାପାଟଣା ଗ୍ରାମର ସମାଜସେବିକା ଧର୍ମପ୍ରାଣ ସାରସ୍ୱତ ସାଧିକା ଲକ୍ଷ୍ମୀପ୍ରିୟା ମହାରଣାଙ୍କ ୭୯ବର୍ଷ ବୟସରେ ପରଲୋକ ଘଟିଛି । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଗଭୀର ଶୋକବ୍ୟକ୍ତ କରିବା ସହିତ ନାଗରିକ ମହା ମଂଚ ପକ୍ଷରୁ ସେ ଅତ୍ୟନ୍ତ ଧର୍ମପରାୟଣା, ମିଷ୍ଠଭାଷୀ, ପରୋପକାରୀ, ସମାଜସେବିକା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ତିମ ସମୟରେ ତାଙ୍କ ୪ ପୁତ୍ର, ପୁତ୍ରବଧୂ, ୨କନ୍ୟା ଓ ଜାମାତା ଉପସ୍ଥିତ ରହିବା ସହିତ ଖୋର୍ଦ୍ଧା ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ ରେ ସାମିଲ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ସ୍ୱର୍ଗତା ମହାରଣାଙ୍କ କନିଷ୍ଠ ପୁତ୍ର ସିତାଂଶୁ ଶେଖର ମହାରଣା ଜଣେ ଉଦୀୟମାନ ସମାଜସେବୀ ଓ ଭାଷାପ୍ରାଣ ଭାବେ ଜଣାଶୁଣା । ତାଙ୍କର ଆକଷ୍ମିକ ବିୟୋଗ ଖବର ପାଇ ବହୁ ସାମାଜିକ ସଂଗଠନ, ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ