ଧର୍ମରାୟପୁରରେ ଦୋଳ ଉତ୍ସବ ପାଳିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପ୍ରତ୍ୟେକ ଓଡ଼ିଆଙ୍କ ଧର୍ମୀୟ ଭାବନା ସହ ଜଡ଼ିତ ପାରମ୍ପରିକ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ସାନଖେମୁଣ୍ଡିର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି। ତେବେ ଐତିହାସିକ ବିଶେଷତ୍ଵ ବହନ କରୁଥିବା ପ୍ରାଚୀନ ଖେମୁଣ୍ଡି ରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ଧର୍ମରାୟପୁର ଶାସନ ଗ୍ରାମରେ ସ୍ଵତନ୍ତ୍ର ରୀତିନୀତି ଅନୁସାରେ ନୂଆଁ ପାଞ୍ଜି ପାଠ ଓ ଦୋଳ ଉତ୍ସବ ପର୍ବ ତିନିଦିନ ବ୍ୟାପୀ ଅନୁଷ୍ଠିତ ହୋଇଛି। ପ୍ରାଚୀନ ମନ୍ଦିରରୁ ରାଧାକୃଷ୍ଣଙ୍କୁ ବିମାନ ଯୋଗେ ସାଂସ୍କୃତିକ ଶୋଭାଯାତ୍ରା ଓ ବାଜା ବାଜଣା ରେ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ଯୁଗଳ ମୂର୍ତ୍ତିଙ୍କୁ ଭୋଗଲାଗି ସହ ପୂଜାର୍ଚ୍ଚନା କରାଯାଇଥିଲା।ଗ୍ରାମରେ ମାନସିକଧାରୀଙ୍କ ବାଘବେଶ ଗ୍ରାମ ପରିକ୍ରମା କରିଥିଲା। ପ୍ରହଲ୍ଲାଦ ନାଟକ ଓ ସୁଭଦ୍ରା ପରିଣୟ ନାଟକ ପରିବେଷଣ ହୋଇଥିଲା। ଶାସନ ଭୁକ୍ତା ଙ୍କ ସହ ଗ୍ରାମବାସୀ ଯାତ୍ରା ଉତ୍ସବ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ