ସିପିଆଇର ରାଜ୍ୟ ସମାବେଶ ପାଇଁ ଆହ୍ୱାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟରେ ଜିଲା ସ୍ତରୀୟ ନେତୃତ୍ୱ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଂପାଦକ ଅଭୟ ସାହୁ, ରାଜ୍ୟ ନେତା ଡଃ.ପ୍ରଶାନ୍ତ ମିଶ୍ର, ପୂର୍ବତନ ବିଧାୟକ ନାରାୟଣ ରେଡି ଯୋଗ ଦେଇ ଜନସାଧାରଣଙ୍କ ମୌଳିକ ସମସ୍ୟା, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ, ଶ୍ରମିକ ବିରୋଧି ପଦକ୍ଷେପ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଦେଶ ଓ ରାଜ୍ୟର ଆଇନ ଶୃଂଖଳା ପରିସ୍ଥିତି ସଦ୍ଭାବନା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ପାର୍ଟିର ଆଭିମୁଖ୍ୟ ସଂପର୍କରେ ଉଦ୍ବୋଧନ ଦେଇ ଆସନ୍ତା ମାର୍ଚ୍ଚ ୨୩ ଭୁବନେଶ୍ୱରରେ ମହାସମାବେଶକୁ ସଫଳ କରିବା ପାଇଁ ଉପସ୍ଥିତ ସାଥୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜିଲା ନେତା ବିମ୍ବାଧର ବାରିକ, ହରିହର ବେହେରା, ଫକୀର ଚରଣ ବିଶ୍ୱାଳ, ବାବାଜି ଚରଣ ଜେନା, ଭାସ୍କର ଚନ୍ଦ୍ର ବେହେରା, ନିରଂଜନ ନାୟକ, ଜୋନ୍ ସଂପାଦକ ରମେଶ ଜେନା, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, କିଶୋର ବେହେରା,ଅଭିମନ୍ୟୁ ଜେନା, ଦୁଲ୍ଲା ଖାଁ, ସେକ୍ ଫକୀରଉଦ୍ଦୀନ, ଉମାକାନ୍ତ ମହାପାତ୍ର, ଅରୁଣ ରାଉତ, ଦିଲୀପ ନାୟକ, ଧନେଶ୍ୱର ଜେନା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅନିରୁଦ୍ଧ ଜେନା, ନୃସିଂହ ଦାସ, ରବିନ୍ଦ ସେଠୀ, କୃଷ୍ଣ ଚନ୍ଦ୍ର ଜେନା, ବିଷ୍ଣୁ ଚରଣ ଜେନା, ଜୟନ୍ତ ଜେନା, କମଳାକାନ୍ତ ଜେନା, ସଂଜୟ ସାମଲ, ଅରବିନ୍ଦ ବିଶ୍ୱାଳ କିଶୋର ବିଶ୍ୱାଳ, ପବିତ୍ର ସେଠୀ, ରବିନ୍ଦ୍ର ନାୟକ ସହଯୋଗ କରିଥିଲେ ।


