ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ସରପଞ୍ଚଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ, (ଯୁଗାବ୍ଦ ନ୍ୟୁଜ):ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ଅନ୍ତରୀଣ ସୁରକ୍ଷା ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ। କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଭିଯୁକ୍ତ ଦେବାଶିଷ ପଣ୍ଡା ଗିରଫ ହେବେ ନାହିଁ। ଆକ୍ରମଣ ଘଟଣାରେ ତାଙ୍କ ନାଁରେ ଥାନାରେ ମାମଲା ହୋଇଥିଲା। ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଚିତ୍ରପୁର ପଞ୍ଚାୟତ ସରପଞ୍ଚ ଦେବାଶିଷ ପଣ୍ଡା। ତେବେ ସେଦିନର ଏହି ପଞ୍ଚାୟତ ଅଞ୍ଚଳରେ ଆକ୍ରମଣ ଘଟିଥିଲା। ଯାଜପୁରର ମାଆ ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ଗତ ୨୧ ତାରିଖରେ ଆନ୍ଦୋଳନ ସମୟରେ ହୋଇଥିବା ଧସ୍ତାଧସ୍ତି ଘଟଣାରେ ଗିରଫ ହୋଇଥିଲେ ଭବ ପ୍ରସାଦ ଦାସ । ଯାଜପୁର ଟାଉନ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ଭବଙ୍କ ନାମରେ ଆଉ ଏକାଧିକ ମାମଲା ଯୋଡା ଯାଇଥିଲା। ଏହି ଘଟଣାରେ ସରପଞ୍ଚ ଦେବାଶିଷ ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ