ଧର୍ମାନ୍ତରୀକରଣ ପ୍ରତିବାଦରେ ଦାବିପତ୍ର ପ୍ରଦାନ
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ସ୍ଥାନରେ ହାଲୋଲିଆ ରେ ରୋଗ ବ୍ୟାଧି ଠିକ ହେବା ଧନସମ୍ପଦର ଭରପୁର ହେବ ବିଭିନ୍ନ ପ୍ରଲୋଭନ ଦେଖାଇ ଆବଶ୍ୟକତା ସମୟରେ ସାହାଯ୍ୟ ଯୋଗାଇବା ଆଳରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ କୁଚିଣ୍ଡା ଉପଖଣ୍ଡ ର ନିରୀହ ଗରିବ ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଏକ ଗୁରୁତର ଅଭିଯୋଗ ସ୍ଥାନୀୟ ହିନ୍ଦୁ ସୁରକ୍ଷା ସଂଗଠନ ପକ୍ଷରୁ କୁଚିଣ୍ଡା ଉପଜିଲ୍ଲାପାଳ ଙ୍କ ଠାରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏପରିକି କବରିବାହାଲ ଠାରେ ଏହାକୁ ସାଧାରଣ ସ୍ଥାନରେ ନ କରି ଘର ଚାରିକାନ୍ଥ ଭିତରେ କରିବା ପାଇଁ କହିବାରୁ କବରିବାହାଲ ସରପଞ୍ଚ ଭଗିନ୍ଦ୍ର କିସାନ ଙ୍କ ନାମରେ ହୋଇଥିବା ଥାନା ଅଭିଯୋଗ କୁ ପ୍ରତିବାଦ ଜଣାଇଛନ୍ତି। ଏ ନେଇ ଭବିଷ୍ୟତ ରେ ଗଣ୍ଡଗୋଳ ର ଆଶଙ୍କା ଥିବା ମଧ୍ୟ କହିଛନ୍ତି। ସରପଞ୍ଚଙ୍କ ସହିତ ଗ୍ରାମ ର ଦୁର୍ଯୋଧନ ମୁଣ୍ଡା, ପ୍ରଫୁଲ୍ଲ ଧାନ ,ମିଶ୍ର କେଛୁ ଗ୍ରାମବାସୀ ଙ୍କ ଦସ୍ତଖତ ରହିଥିବା ଦାବିପତ୍ର ସହ ସ୍ଥାନୀୟ ରାମଚନ୍ଦ୍ର ରାଏ,ଅଙ୍ଗଦ ରାଏ, ସୈାରଭ କର,ଆତିସ ଅଗ୍ରୱାଲ, କୁମାର ବିକ୍ରମ,ମଣ୍ଟୁବାବା ପ୍ରମୁଖ ବ୍ୟକ୍ତି ମାନେ କୁଚିଣ୍ଡା ଉପଜିଲ୍ଲାପାଳ ଦାଇତ୍ୱ ରେ ରହିଥିବା ଡେପୁଟି କଲେକ୍ଟର ସରିତା ଓରାମ ଙ୍କୁ ଦୁଇଟି ଦାବିପତ୍ର ପ୍ରଦାନ କରିଛନ୍ତି।