ଧର୍ମ ପରାୟଣା ମହିଳାଙ୍କ ପରଲୋକ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ବ୍ଲକ ଆଲପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ସଦାନନ୍ଦ ଦଳାଇଙ୍କ ଧର୍ମପତ୍ନୀ ହେମଲତା ଦଲାଇ ସୋମବାର ଦିନ ଇହଲୀଳା ସମ୍ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା । ସେ ଜଣେ ମେଳାପୀ, ମିଷ୍ଟଭାସି, ଏବଂ ଧର୍ମପରାୟଣ ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ବାସ ଭବନରେ ପହଞ୍ଚି ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କ ଅନ୍ତିମ ଦର୍ଶନ କରିଥିଲେ । ସ୍ୱର୍ଗତ ହେମାଲତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକସନ୍ତପ୍ତ ପରିବାରକୁ ସମାବେଦନା ଜଣାଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ୬ ପୁଅ ରମେଶ, ପ୍ରକାଶ,ପ୍ରଦୀପ,ସନ୍ତୋଷ, ସୁବାଷ ଓ ପ୍ରସନ୍ନ ଓ ଏକ ମାତ୍ର କନ୍ୟା ଝୁନୁ ଦଳାଇ, ପୁତ୍ରବଧୁ, ନାତି,ନାତୁଣୀ ମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।