ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ବରଗଡ଼ ର ସର୍ବ ପୁରାତନ ନାଟ୍ୟ ସାମଗ୍ରୀ ପ୍ରତିଷ୍ଠାନ ର ମାଲିକ କୃଷ୍ଣ କଟକିଆ ଦୋକାନ ର ପ୍ରତିଷ୍ଠାତା ସ୍ବର୍ଗତ କୃଷ୍ଣ ସାହୁ ଙ୍କ ପୁତ୍ରବଧୂ ତଥା ଅରୁଣ ସାହୁ ଙ୍କ ଧର୍ମପତ୍ନୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ୬୧ ବର୍ଷ ବୟସରେ ପରଲୋକ ଘଟିଛି । ମୃତ୍ୟୁ ସମୟରେ ସ୍ବାମୀ ଅରୁଣ, ଦୁଇ ପୁଅ ସଂଦିପ ଓ ସୁଦିପ ପୁତ୍ରବଧୂ ନାତି ନାତୁଣୀ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ ! ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅର୍ନ୍ତଗତ ନରସିଂହପୁର ଗ୍ରାମ୍ୟ ସ୍ବର୍ଗ ଦ୍ବାର ରେ ଅନ୍ତିମ ସଂସ୍କାର କରାଯାଇଥିଲା । ଶବାଧାରରେ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାଙ୍ଗ ସାଥି ବନ୍ଧୁ ବାନ୍ଧବ ସ୍ବର୍ଗ ଦ୍ବାର ଯାଇ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ !ସାନ ପୁଅ ସୁଦିପ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତା ସାହୁ ଙ୍କ ମୃତ୍ୟୁ ରେ ବରଗଡ଼ ତଥା ନରସିଂହପୁର ଅଞ୍ଚଳରେ ଶୋକରଛାୟା ଖେଲି ଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ