ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ଗ୍ରାମର ପୂର୍ବତନ ସରପଞ୍ଚ ତଥା ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦର ସମ୍ପାଦକ ସୁଦାମ ଚରଣ ଜେନାଙ୍କ ବାପା ଶ୍ୟାମ ସୁନ୍ଦର ଜେନାଙ୍କ ୭୦ବର୍ଷ ବୟସରେ ପରଲୋକ ଘଟିଛି। ଶ୍ୟାମ ସୁନ୍ଦର ଆଜି ଦିନ ୧୧ଟା ବେଳେ ସତ୍ୟସାଇ ମନ୍ଦିରକୁ ଯାଇ ଫେରୁଥିବା ବେଳେ ରାସ୍ତାରେ ଟଳିପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ପରଲୋକ ଖବର ପାଇ ପଣ୍ଡିତ ମାଗୁଣି ଚରଣ ପଣ୍ଡା, ତ୍ରଲୋକ୍ୟ ନାଥ ଜେନା, ମହେଶ୍ୱର ମହାନ୍ତି, ନିର୍ମଳ ଚନ୍ଦ୍ର ବାରିକ, ବୁଦ୍ଧଦେବ ସାହୁ, ଓ ସତ୍ୟ ସାଇ ସଂଗଠନର କର୍ମ କର୍ତ୍ତା ମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇ ଥିଲା।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ