ଧର୍ମ ପ୍ରଚାରକ ରଞ୍ଜିତ କୁମାର ପଣ୍ଡାଙ୍କ ହୃଦଘାତରେ ମୃତ୍ୟୁ
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କେଶପୁର ଗ୍ରାମର ଜଣେ ବରିଷ୍ଠ ଆଧ୍ୟାତ୍ମିକବାଦୀ, ଧର୍ମ ପ୍ରଚାରକ ତଥା ପରମ ଦୟାଲ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସହପ୍ରତିଋତ୍ଵିକ ରଂଜିତ କୁମାର ପଣ୍ଡାଙ୍କ ହୃଦଘାତ ରେ ମୃତ୍ୟୁ ଘଟିଛି l ମୃତ୍ୟୁ ସମୟରେ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା l ଶୁକ୍ରବାର ଅପରାହ୍ନ ସାଢେ ୪ଟା ସମୟରେ ନିଜ ବାସ ଭବନରେ ହଠାତ ଛାତି ଯନ୍ତ୍ରଣା ହେବାରୁ ତଳେ ପଡି ଯାଇଥିଲେ l ସଙ୍ଗେ ସଙ୍ଗେ ପରିବାର ବର୍ଗ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ମେଡିକାଲ ରେ ୫ଟା ୧୫ମିନିଟ ରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଶ୍ରୀ ପଣ୍ଡା ଙ୍କ ଅକସ୍ମାତ ବିୟୋଗ ରେ ଖଲ୍ଲିକୋଟ ବ୍ଲକ ଏବଂ ସାରା ଗଞ୍ଜାମ ଜିଲ୍ଲା ର ସମସ୍ତ ସତସଙ୍ଗୀ, ଗୁରୁଭାଇ, ମାଆମାନେ ମ୍ରିୟମାଣ ହୋଇପଡିଛନ୍ତି l ଖଲ୍ଲିକୋଟ ର ଠାକୁର ଅନୁକୂଳ ଚନ୍ଦ୍ର ସତସଙ୍ଗ ଜଗତ ଏବଂ କେଶପୁର ଗାଁ ରେ ଶୋକ ର ଛାୟା ଖେଳି ଯାଇଛି l ତାଙ୍କରି ଅମର ଆତ୍ମା ର ସଦଗତି ପାଇଁ ପରମ ପିତା ଶ୍ରୀଶ୍ରୀ ଠାକୁରଙ୍କ ପାଦ ପଦ୍ମରେ ପ୍ରାର୍ଥନା ଜଣାଇଛନ୍ତି l


