ଧର୍ମ ପ୍ରାଣା ମହିଳାଙ୍କ ପରଲୋକ
ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ତଣ୍ଡିକୁଳ ପଞ୍ଚାୟତର ମଠସାହି ଗ୍ରାମର ଧର୍ମପ୍ରାଣା ପ୍ରେମଲତା ଲେଙ୍କା ୭୫ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ସେ ତଣ୍ଡିକୁଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମୁରଲୀଧର ଲେଙ୍କାଙ୍କ ସହଧର୍ମିଣୀ ଅଟନ୍ତି। ସ୍ବର୍ଗତା ଲେଙ୍କା ଜଣେ ସ୍ନେହି ଓ ପରୋପକାରୀ ମହିଳା ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ମାନ୍ଯବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ସ୍ଥାନୀୟ ସରପଞ୍ଚ ଲୋକନାଥ ମନ୍ତ୍ରୀ, ସ୍ଥାନୀୟ ସେବାସମବାୟ ସଂପାଦକ ଚିତ୍ତ ରଞ୍ଜନ ସ୍ବାଇଁ, ତଣ୍ଡିକୁଳ ପଞ୍ଚାୟତ ବିଜେଡି ସଭାପତି ନିକୁଞ୍ଜ କିଶୋର ସ୍ବାଇଁ, ଶିକ୍ଷକ ହରେକୃଷ୍ଣ ଦାସ, ମହେନ୍ଦ୍ର ରାଉତ, ଆଇନ୍ ଜୀବି ହରିହର ଓଝା, ଶିବଚରଣ ରାଉତ, ପ୍ରମୁଖ ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ତିନି ପୁତ୍ର, ନାତି ନାତୁଣୀ ଓ ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।


