ଧର୍ମ ରକ୍ଷା ମିଳିତ ସାମୁଖ୍ୟ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ହିନ୍ଦୁ ସାଧୁ ଶ୍ରୀ ବୈଷ୍ଣବ ପୁରୀ, ହିନ୍ଦୁ ଧର୍ମ ତଥା ଜଗନ୍ନାଥ ସଂସ୍କୃତି ଉପରେ ରାଜ୍ଯ ସରକାର ତଥା ସ୍ଥାନୀୟ ପ୍ରଶାସନ ଦ୍ବାରା ହୋଇ ଆସୁଥିବା ଅବହେଳା ତଥା ଅନ୍ୟାୟ ବିରୁଦ୍ଧରେ ଖୋଲାେଖାଲି ଭାବେ ସମାଲୋଚ଼ନା କରିବାରୁ ଏବଂ ସଂସ୍କୃତିକୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ପ୍ରଶାସନ ପ୍ରତିଶୋଧ ପରାୟଣ ହୋଇ ବିଭିନ୍ନ ମିଥ୍ଯା ମାମଲାରେ ଆରୋପିତ କରି ବିଗତ ୨୦ ଦିନରୁ ଉର୍ଦ୍ଧ୍ବ ସମୟଧରି କାରାଗାର ରେ ବନ୍ଦୀ କରାଇ ଅଛନ୍ତି।ଏପରିକି ନ୍ୟାୟାଳୟ କୁ ପ୍ରଭାବିତ କରି ସାଧୁ ଜଣଙ୍କୁ ଜାମୀନ ନଦିଆଯାଇ ଶୁଣାଣି ସ୍ଥଗିତ ରଖାଯାଇଛି, ଯଦ୍ବାରା ଉପର ନ୍ୟାୟାଳୟ ରେ ମଧ୍ଯ ଆବେଦନ କରି ହେଉନାହିଁ।ଏଥିରେ ବ୍ୟଥିତ ହୋଇ ସାଧୁ ଶ୍ରୀ ପୁରୀ ଅନ୍ନ ତ୍ଯାଗ କରିବା ସହିତ ମୌନବ୍ରତ ଧାରଣ କରିଛନ୍ତି।ଏଥିମଧ୍ୟରେ ଚକ୍ରାନ୍ତ କରି ସାଧୁଙ୍କୁ ପୁରୀ ଜେଲ୍ ରୁ ଚୌଦ୍ୱାର ଜେଲ୍ କୁ ସ୍ଥାନାନ୍ତରିତ କରାଯାଇଅଛି।ଏସବୁ ଯୋଗୁଁ ସାଧୁଙ୍କର ଶରୀର ଅସୁସ୍ଥ ହୋଇଯାଇଛି। ଏଥିନିମନ୍ତେ ସାଧୁସନ୍ଥ ସମାଜ, ବିଭିନ୍ନ ହିନ୍ଦୁ ସଂଗଠନ ଏବଂ ସାଧାରଣ ଜନତା ମିଳିତ ଭାବେ ସାଧୁ ଶ୍ରୀ ବୈଷ୍ଣବ ପୁରୀଙ୍କ ଉପରୁ ସମସ୍ତ ମିଥ୍ଯା ମାମଲା ହଟାଇ ତାଙ୍କୁ ସସମ୍ମାନେ କାରାଗାରରୁ ମୁକ୍ତ କରିବା ଦାବିରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଧାରଣା ଆସନ୍ତାକାଲି ତା ୦୫/୦୪/୨୦୨୧ ରିଖ ଦିବା ୧୧ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ନିକଟବର୍ତ୍ତୀ ଲୋୟର ପିଏମଜି ଠାରେ କରିବାକୁ ଯାଉଛନ୍ତି।ଏଣୁ ଏଥିରେ ଅପାଣ ଯୋଗ ଦେଇ ଆମ୍ଭକୁ ଉତ୍ସାହିତ କଲେ ଆମ୍ଭେ ଉପକୃତ ହେବୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ