ଧାନକ୍ରୟ ଅବ୍ୟବସ୍ଥା ପ୍ରତିବାଦରେ ବଜାର ବନ୍ଦ କଲେ ଚାଷୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଚଳିତ ବର୍ଷ ଖରିଫ ଧାନ କ୍ରୟରେ ଅବ୍ୟବସ୍ଥା ଦେଖାଦେଇଥିବା ବେଳେ ଏନେଇ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି ପରିପ୍ରେକ୍ଷୀରେ ମଞ୍ଜୁରୀରୋଡ଼ ସ୍ଥିତ ନାଆମୀ ସେବା ସମବାୟ ସମିତି ଠାରେ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଚାଷୀଙ୍କର ଟୁକନ ବାଜ୍ୟାପ୍ତି ହେବା ଓ ଆବଶ୍ୟକୀୟ ଟାର୍ଗେଟ ନଆସିବା କାରଣରୁ ଗତ ଚାରି ଦିନ ହେବ ଆନ୍ଦୋଳନ ଜାରିରହିଛି। ଘଟଣା ସ୍ଥଳକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହିତ ସମବାୟ ଅଧିକାରୀ ଓ ପୁଲିସ ପ୍ରଶାସନ ଆସିଥିଲେ ସୁଦ୍ଧା ଚାଷୀ ମାନଙ୍କୁ ବୁଝାସୁଝା କରି ଆନ୍ଦୋଳନକୁ ପ୍ରତ୍ୟାହୃତ କରିବାରେ ବିଫଳ ହୋଇଛନ୍ତି । ପ୍ରତିବାଦ ସ୍ବରୂପ ଆଜି ଚାଷୀ ମାନେ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିବା ସହ ମଞ୍ଜୁରୀରୋଡ଼ ବଜାରକୁ ୬ଘଣ୍ଟିଆ ବନ୍ଦ କରିଥିଲେ। ଅଞ୍ଚଳର ଚାଷୀ ମାନେ ବଜାର ଠାରେ ପହଁଚି ଛତାବର- ନିଳୋକ ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ ପାଇଁ ବ୍ୟବସାୟୀ ମାନଙ୍କୁ ଅନୁରୋଧ କରିଥିଲେ । ସକାଳ୬ଟା ଠାରୁ ଦିନ୧୨ଟା ଯାଏଁ ପ୍ରାୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ସାଧାରଣ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହାପରେ ଆନ୍ଦୋଳନ ରତ ଚାଷୀଙ୍କ ମଧ୍ୟରୁ କିଛି ବରିଷ୍ଠ ଚାଷୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଧାନ କ୍ରୟ ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ