ଧାନବିଲକୁ ଯିବା ସମୟରେ ବାରହା ଆକ୍ରମଣରେ ୨ ଗୁରୁତ୍ତର
କେନ୍ଦ୍ରାପଡା : ମହାକାଳପଡା ବ୍ଲକ ଅନ୍ତର୍ଗତ ଖରିନାସୀ ପଂଚାୟତରେ ବାରହା ଆତଙ୍କ ଦେଖାଦେଇଛି । ଧାନଜମିକୁ ଯାଉଥିବା ବେଳେ ସୋମବାର ୨ଜଣ ବାରହା ପଲଙ୍କ ଆକ୍ରମଣର ଶୀକାର ହୋଇ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ହରିଆବାଙ୍କ ଗ୍ରାମର ପଶୁପତି ଜେନା(୫୫) ଓ ମଦନ ଆଚାର୍ଯ୍ୟ(୫୦) ଧାନବିଲ ଦେଖିବାକୁ ଯାଉଥିବା ବେଳେ ବାରହା ପଲଙ୍କ ହାବୁଡରେ ପଡିଯାଇଥିଲେ । ୨ଜଣଙ୍କୁ ବାରହା ପଲ ଅର୍ତକିତ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ସେମାନଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଉଭୟଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ସେମାବନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି ।