ଧାନମଣ୍ଡି ରେ ଅବ୍ୟବସ୍ଥା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଙ୍କ ବିକ୍ଷୋଭ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ପଞ୍ଚାୟତ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ କୁ ସରକାରୀ ଧାନ ମଣ୍ଡି ରେ ବିକ୍ରି କରିବାକୁ ଚାହୁଁ ଥିବା ବେଳେ ପ୍ରାଥମିକ ସେବା ସମବାୟ ସମିତି କିମ୍ବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଖୋଲା ଯାଇଥିବା ଧାନ ମଣ୍ଡି ଚାଷୀ ଙ୍କ ଠାରୁ ଧାନ କ୍ରୟ କରୁନଥିବା ଅଭିଯୋଗ ହୋଇଛି।ପ୍ରତିବାଦରେ ସୋମବାର ତହସିଲ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ  ତହସିଲଦାର ସିପକ କୁମାର ପାତ୍ର ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି। ସେହିପରି ଭିଷ୍ମଗିରି ସମେତ ଅନେକ ପଞ୍ଚାୟତ ମାନଙ୍କରେ ଚାଷୀ ଙ୍କ ଠାରୁ ସରକାରୀ ଦର ରେ ଚାଷୀଙ୍କ ଠାରୁ ସିଧା ସଳଖ ମଣ୍ଡି ଜରିଆରେ ଧାନ କ୍ରୟ କରାଯାଉନଥିବା ରୁ ଚାଷୀ ମାନେ ଅଭାବୀ ଧାନ ବିକ୍ରି ର ସମ୍ମୁଖୀନ ହୋଇଛନ୍ତି।ଏନେଇ ସବୁଠି ଚାଷୀ ଅସନ୍ତୋଷ ଉଗ୍ର ରୂପ ନେଉଛି।ସମସ୍ତ ପଞ୍ଚାୟତ ରେ ଚାଷୀ ମାନେ ସଂଘଟିତ ହୋଇ ଆନ୍ଦୋଳନ ପାଇଁ ମସୁଧା କରୁଥିବା ସୂଚନା ମିଳିଛି।  ଦିଗପହଣ୍ଡି ବ୍ଲକ ଅଧୀନରେ ଥିବା ୨୩ ଟି ପ୍ରାଥମିକ ସେବା ସମବାୟ ସମିତି ଓ ୨ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ପାଇଁ ୮୪୪୪ ଚାଷୀ ପୁଞ୍ଜିକରଣ କରିଥିବା ବେଳେ ଏଥିମଧ୍ୟ ରୁ ୪୬୪୬ ଚାଷୀ ଙ୍କ ଠାରୁ ଧାନ ମଣ୍ଡି ଜରିଆରେ ୨ ଲକ୍ଷ ୧୧ହଜାର ୭୯୭ କୁଇଣ୍ଟାଲ ୮୫କିଲୋ ଧାନ କ୍ରୟ କରାଯାଇଛି।ଏହି ବ୍ଲକରେ  ୨ଟି ପର୍ଯ୍ୟାୟ ରେ ୨ଲକ୍ଷ ୩୮ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଆସିଛି। ବର୍ତ୍ତମାନ ଦିଗପହଣ୍ଡି ବ୍ଲକ ରେ ଥିବା ପ୍ରାଥମିକ ସେବା ସମବାୟ ସମିତି ଧାନ ମଣ୍ଡି ଗୁଡ଼ିକରେ ଟାର୍ଗେଟ ସରିଯାଇଥିବା ବେଳେ ଦିଗପହଣ୍ଡି ତହସିଲଦାର ତାଙ୍କ ଚିଠି ନଂ ୫୬୯ ତା.୧/୨/୨୦୨୩ରିଖ ରେ ଏହି ବ୍ଲକକୁ ଅଧିକା ୮୬ହଜାର ୭ଶହ କୁଇଣ୍ଟାଲ ଧାନ ଟାର୍ଗେଟ ଆବଶ୍ୟକ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଜଣାଇଥିବା ଜଣାପଡିଛି। ତେବେ ମାତ୍ର ୪୦ ହଜାର କୁଇଣ୍ଟାଲ ଟାର୍ଗେଟ ମଞ୍ଜୁର ହୋଇଛି। ପୁଣି ଏଥି ମଧ୍ୟରୁ ୭ହଜାର କୁଇଣ୍ଟାଲ ଟାର୍ଗେଟ ପୂର୍ବରୁ ଦିଆଯାଇଛି ।ଯାହାଫଳରେ ଆଉ ୩୩ ହଜାର କୁଇଣ୍ଟାଲ ଧାନ ସମୁଦାୟ ୨୫ ଟି ଧାନ ମଣ୍ଡିକୁ ବଣ୍ଟନ କରାଯିବ ବୋଲି ଯୋଗାଣ ନିରୀକ୍ଷକ ବିଘ୍ନେଶ୍ୱର ରାଏ କହିଛନ୍ତି। ଅନ୍ୟପକ୍ଷରେ ପୁଣି ଚାଷୀଙ୍କ ଠାରୁ ସରକାରୀ ଦରରେ ଧାନ କ୍ରୟ ପାଇଁ ଟାର୍ଗେଟ ଆସିବ ବୋଲି ସୂଚନା ମିଳିଛି। ତେବେ ଚୌଧୁରୀ ଟିକରପଡା ଗ୍ରାମରେ ଥିବା ଜୟ ବଜରଙ୍ଗବାଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀମାନଙ୍କ ଠାରୁ ଅଧିକ ୫ କିଲୋଗ୍ରାମ ଧାନ କାଟି ନେଉଥିବା ଚାଷୀମାନେ ଅଭିଯୋଗ କରିବା ପରେ ତହସିଲଦାର ମହିଳା ସ୍ଵୟଂ ସହାୟିକା  ଗୋଷ୍ଠି ର କର୍ମକର୍ତ୍ତା ମାନଙ୍କୁ ଡ଼ାକି ତାଗିଦ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ