ଧାନ କିଣିବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ କରିବା ନିମନ୍ତେ ଚଳିତ ବର୍ଷ ମିସନଶକ୍ତି ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନକୁ ସାମିଲ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରୀ ରହିଛି । ଏହାକୁ ଗଂଜାମ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ । ଏନେଇ ଛତ୍ରପୁର ଉପଖଣ୍ଡସ୍ତରରେ କିପରୀ ସହଜ ଓ ସୁବିଧାରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଇପାରିବ । ସେଥି ସକାଶେ ଏକ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସହ ଉପଖଣ୍ଡସ୍ତରରେ ରହିଥିବା ୮ଟି ବ୍ଲକର ୨୦ରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ସାମିଲ କରାଯିବ ନିମନ୍ତେ ଚୂଡାନ୍ତ ପ୍ରସ୍ତାବ ଗ୍ରହଣ କରାଯାଇଛି । ଚୟନ ହୋଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଉପଖଣ୍ଡସ୍ତରୀୟ କମିଟି ଗୃହୀତ କରି ଜିଲ୍ଲା କମିଟିକୁ ପଠାଯାଇଛି । ମିସନ ଶକ୍ତିର ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ମାନଙ୍କୁ ଧାନ ସଂଗ୍ରହ ନିମନ୍ତେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯିବ । ଏମାନେ କମ୍ୟୁଟର, ପିଂଟର, ଇନଭରଟଂର ଓ ଜଣେ ଲେଖାଏଁ ଡାଟା ଏନଟ୍ରିଂ ଅପେଟର ରଖିବେ । ଆରଏମସି ପକ୍ଷରୁ ଧାନ ର ମାନ ନିରୂପଣ ନିମନ୍ତେ ବିଭିନ୍ନ ଯନ୍ତ୍ରପାତି ପ୍ରଦାନ କରାଯିବ । ଯୋଗାଣ ବିଭାଗ ପକ୍ଷରୁ ମିସନ ଶକ୍ତି ମହିଳା ସ୍ୱୟଂ ସହାୟିକ ମାନଙ୍କୁ ଧାନ ସଂଗ୍ରହ କିପରୀ କରାଯାଏ ତାହା ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପ୍ରକାର, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ୱାଇଁ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଂଚାନନ ପଣ୍ଡା, ଉପଖଣ୍ଡ ପଂଚାୟ ଅଧିକାରୀ ଉଲା ସେଠୀ, ସମସ୍ତ ବିଡିଓ, ସିଡିପିଓ, ବ୍ଲକ ଯୋଗାଣ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଛତ୍ରପୁର ଉପଖଣ୍ଡ ଅଧୀନରେ ୧୪୭ଟି ପ୍ୟାକସ୍ ରହିଥିବା ବେଳେ ଗତବର୍ଷ ୧୧ଲକ୍ଷ ୪ହଜାର ୮୩୬କୁଇଟାଂଲ ଧାନ ସଂଗ୍ରହ କରାଯାଇଛି । ଚଳିତ ବର୍ଷ ପ୍ୟାକସ୍ ସହ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ମଧ୍ୟ ସାମିଲ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ