ଧାନ କ୍ଷେତରେ ଅଣ୍ଡିରା ଛୁଆ ହାତୀର ମୃତ ଶରୀର

ବୁଗୁଡା, (ଅନିଲ କୁମାର ମହାରଣା):ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ବାଲିପଦର ସେକ୍ସନ ବେଲପଡା ଗ୍ରାମର ଏକ ଧାନ କ୍ଷେତରେ ପ୍ରାୟ ଦେଢରୁ ଦୁଇ ବର୍ଷ ବୟସର ଏକ ଅଣ୍ଡିରା ଛୁଆ ହାତୀର ମୃତ ଦେହ ନଭେମ୍ବର ୧୩ ତାରିଖ ଦିନ ଠାବ କରାଯାଇଛି। ଖବର ପାଇ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ବାଲିପଦର ବନପାଳ, ବନରକ୍ଷୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ଛୁଆ ହାତୀଟି ମୃତ୍ୟୁ ମୁଖରେ ପଡିଥିବା ବେଳେ ମାଆ ହାତୀ ଓ ହାତୀପଲ ନିକଟରେ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଛୁଆ ହାତୀର ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ଛୁଆ ହାତୀଟି ଗତକାଲି ଏକୁଟିଆ ବୁଲୁଥିବା କେତକ ବ୍ୟକ୍ତି ପ୍ରକାଶ କରିଥିବା ବେଳେ ଆଉ କେତେକ ଏହା ପାଗଳ ସଦୃଶ ବୁଲୁଥିବା କହିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ