ଧାନ ବଦଳରେ ଫଳିଲା ଅଗାଡି : ଚାଷୀ ହତାଶ  ସହାୟତା ଦାବି

ନିମାପଡ଼ା, (ସନ୍ତୋଷ ଦାଶ) :-ଭଲ ଅମଳ ଆଶାରେ ଧାନ ଚାଷ କରିଥିଲେ ଚାଷୀ କିନ୍ତୁ ଧାନ ବଦଳରେ ବିଲରେ ଫଳିଲା ବାଳୁଙ୍ଗା ଏବଂ ଅଗାଡି । ଧୋକାଦେଲା ସୋସାଇଟ ରୁ ଆଣିଥିବା ବିହନ । ଋଣ କରି ଚାଷ କରିଥିବା ଚାଷୀ ଟି କିପରି ଋଣ ସୁଜିବ ସେ ନେଇ ଚିନ୍ତାରେ । ଧାନ ବିଲର ଯେଉଁ ଆଡକୁ ଚାହିଁବ ସବୁ ଆଡେ ଖାଲି ବାଳୁଙ୍ଗା ହିଁ ବାଳୁଙ୍ଗା ।ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ନାକଡିହ ଗ୍ରାମରେ । ଚାଷୀ ମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର କରଜ କରି ଧାନ ଚାଷ କରିଥିଲେ। ଭଲ ଅମଳ ନେଇ ଚଳିତ ବର୍ଷ ଆଶା ବାନ୍ଧିଥିଲେ ।ବର୍ଷ ସାରା ପିଲା ଛୁଆ କେମିତି ଭଲରେ ଚଳିବେ ସେଥି ପାଇଁ ସ୍ବପ୍ନ ଦେଖି ଥିଲେ ହେଲେ ସେମାନଙ୍କ ସ୍ବପ୍ନ କୁ ଧୂଳିସାତ କରିଦେଇଛି ସୋସାଇଟି ରୁ ଆଣି ଥିବା ବିହନ । ସୋସାଇଟି ରୁ ଚଢ଼ା ଦରରେ ବିହନ କିଣି ଚାଷୀ ଟି ଧାନ ରୁଁଆ କାମ ସାରିଥିଲା । ଧାନ ବିଲରେ ସାର ଔଷଧ କୌଣସି ଥିରେ ଅଭାବ ନଥିଲା । କିନ୍ତୁ ଆଜକୁ ଚାରି ରୁ ପାଞ୍ଚ ମାସ ହୋଇଗଲାଣି କିନ୍ତୁ ବିଲରେ ଧାନ ବାହାରିବା ର ନା ନାହିଁ କେବଳ ଅଗାଡି । ନିମାପଡା ବ୍ଲକ୍ ର ଶହ ଶହ ଏକର ଧାନ ଜମିରେ ଗୋରୁ ଗାଈ ଛେଳି ମେଣ୍ଢା ଇତ୍ୟାଦି ଚରୁ ଥିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଯାହାକି ଚାଷୀ ମାନଙ୍କୁ ଶକ୍ତ ଧକ୍କା ଲାଗିଛି ।ସେମାନେ ଏବେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ବର୍ଷ କର ରୋଜଗାର ଏବେ ସଂପୂର୍ଣ୍ଣ ରୂପେ ଉଜଡ଼ି ଗଲା । ତୁରନ୍ତ ସରକାର ଏହାର ତଦନ୍ତ କରି ଦୋଷି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତୁରନ୍ତ କ୍ଷୟକ୍ଷତି ର ଆକଳନ କରି ସହାୟତା ରାଶି ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ