ଧାନ ବସ୍ତା ଧରି ରାଜରାସ୍ତା କୁ ଓହ୍ଲାଇଲେ ଚାଷୀ

୫ଘଣ୍ଟାରୁ ଉର୍ଦ୍ଧ୍ୱ ଧରି ପୁରୁଷୋତ୍ତମପୁର ଓ ଛତ୍ରପୁର ମୁଖ୍ୟରାସ୍ତା ଅବରୋଧ
ଛତ୍ରପୁର ,(ଦେବଦତ୍ତ ମହାରଣା) : ବଡମାଧପୁର ଗ୍ରାମ ପଂଚାୟତର ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ଦାବୀ ନେଇ ଆଜି ଚାଷୀ ମାନେ ନିଜ ଅମଳ କରିଥିବା ଧାନକୁ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ବର୍ଷତମାମ୍ ମୁଣ୍ଡର ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନ ବିକ୍ରି କଲେ ବିଭିନ୍ନ କାର୍ଯ୍ୟକରିବେ ବୋଲି ଅନାଇ ବସିଥିବା ବେଳେ ତାହା ବାସ୍ତବରେ କାର୍ଯକାରୀ ହେଉନାହିଁ । ନିଜ ଅମଳ ଧାନ ଗୁଡିକ ଖଳା କିମ୍ବା ନିଜ ଘରେ ରଖି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାଫଳରେ ଚାଷୀ ମାନେ ଦଲାଲ ମାନଙ୍କ ଶୀକାର ହେଉଛନ୍ତି । ଏନେଇ ପଞ୍ଚାୟତ ର ଚାଷୀ ମାନେ ବହୁବାର ଧାନ କିଣିବା ସଂପର୍କରେ ଯୋଗାଣ, ସମବାୟ ଓ ମିଲରଙ୍କ ଦ୍ୱାରସ୍ଥ ହେଲେ ସୁଦ୍ଧା ସେମାନେ ଏହାକୁ କର୍ଣ୍ଣପାତ କରୁନାହାଁନ୍ତି ।ଯାହାଫଳରେ ଆଜି ଚାଷୀମାନେ ଉତ୍ତକ୍ତ୍ୟ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିଛନ୍ତି । ପଂଚାୟତର ବହୁ ଚାଷୀ ମାନେ ନିଜ ଅମଳ କରିଥିବା ଧାନ ବସ୍ତା ଧରି ବଡମାଧପୁର ଗ୍ରାମସ୍ଥିତ ପୁରୁଷୋତ୍ତମପୁର ଓ ଛତ୍ରପୁର ମୁଖ୍ୟ ରାସ୍ତା ଅବରୋଧ କରି ନିଜ ହକ୍ ନିମନ୍ତେ ଦାବି କରିଥିଲେ । ପଂଚାୟତ ର ୪୪୦ ଜଣଙ୍କ ଟୋକନ ଆସିଥିଲେ ସୁଦ୍ଧା ମାତ୍ର ଗୋବା ସୋସାଇଟି ମାଧ୍ୟମରେ ୫୦ ଜଣ ଚାଷୀଙ୍କ ଧାନ ଏବେ ସୁଦ୍ଧା କିଣାଯାଇଛି । ଯାହା ଫଳରେ ବହୁ ଚାଷୀମାନଙ୍କ ଟୋକନ ଅବଧି ସରିବାକୁ ଆଉ ଦିନେ ଦୁଇ ଦିନ ରହିଛି । ଟୋକନ ମିଳିଥିବା ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କିଣିବା ସହ ଦୈନିକ ଏକ ହଜାର ରୁ ଉର୍ଦ୍ଧ୍ୱ ଧାନ କିଣିବା ନିମନ୍ତେ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ସେମାନେ ଦାବୀ କରିଥିଲେ ।ଯୁବ ନେତା ସପନ ନାହାକ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଋଷିକୂଲ୍ୟା ରୟତ ମହାସଭାର ଛତ୍ରପୁର ବ୍ଲକ ସଭାପତି ତଥା ପୂର୍ବତନ ସରପଞ୍ଚ ଦୁର୍ଯ୍ୟେଧନ ପରିଡା, ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚିଙ୍କାରା ବେହେରା, ରବି ସ୍ୱାଇଁ, ରାଜେନ୍ଦ୍ର ନାହାକ, ଆର .ଶହଦେବ ରେଡ୍ଡୀ ଓ ରାଜେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ପଞ୍ଚାୟତର ବହୁ ଚାଷୀ ମାନେ ଏହି ଆନ୍ଦୋଳନ ସାମିଲ ହୋଇଥିଲେ । ସମସ୍ତ ଚାଷୀଙ୍କ ଧାନ ତୁରନ୍ତ କିଣିବା ନିମନ୍ତେ ଆନ୍ଦୋଳନସ୍ଥଳରେ ଆନ୍ଦୋଳନକାରୀ ହୋହାଲା କରିବା ସହ ଟାୟାର ଜାଳି ମୁଖ୍ୟ ଅବରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲ।। ବହୁ ଯାନବାହନ ଉଭୟ ରାସ୍ତାପାଶ୍ୱର୍ ରେ ଅଟକି ରହିବା ସହ ବହୁ ଜନସାଧାରଣ ହଇରଣା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲ। ।
ଘଟଣାର ଖବର ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଆନ୍ଦୋଳନସ୍ଥଳ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସେମାନଙ୍କ ଜିଦ୍ ରେ ଅଟଳ ରହିବା ସମସ୍ତ ଟୋକନ ଆସିଥିବା ଚାଷୀଙ୍କ ତୁରନ୍ତ କିଣିବାକୁ ଦାବୀ କରିଥିଲେ । ଏହି ଆନ୍ଦୋଳନ ମଞ୍ଚଳବାର ସକାଳ ୮ ରୁ ପ୍ରାୟ ୫ ଘଣ୍ଟାରୁ ଉଦ୍ଦ୍ୱର୍ ସମୟ ଧରି ଚାଲୁରହିଥିବା ବେଳେ ପୁରୁଷୋତ୍ତମପୁର ଓ ଛତ୍ରପୁର ଯାତାୟତ କରୁଥିବା ବିଭିନ୍ନ ଗାଡି ଗୁଡିକ ରାସ୍ତାରେ ରହି ରାସ୍ତାଜାମ ହୋଇ ରହିଥିଲା ଯାହାଫଲରେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଥିଲା । ଏହାର କିଛି ସମୟ ପରେ ଛତ୍ରପୁର ସହକାରୀ ଯୋଗାଣ ଅଧିକାରୀ ପିତାମ୍ବର ସେଠି ଓ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଆନ୍ଦୋଳନକାରୀଙ୍କ ଆଲୋଚନା କରି ଏକ ଲିଖିତ ପତ୍ର ଦେବାପରେ ଆନ୍ଦୋଳନରୁ ଚାଷୀମାନେ ଓହରିଥିଲେ । ଫେବୃୟାରୀ ୧୮ତାରିଖ ସୁଦ୍ଧା ୨୭ ଜଣଙ୍କ ଚାଷୀଙ୍କ ଟୋକନ ଅବଧି ଶେଷ ତାରିଖ ହୋଇଥିବା ଯୋଗୁଁ ଫେବୃୟାରୀ ୧୭ ସୁଦ୍ଧା ସମସ୍ତ ଚାଷୀଙ୍କ ୭୪୫ କୁଇଣ୍ଟାଲ ଧାନ ମଣ୍ଡି ମାଧ୍ୟମରେ କିଣିବା ପାଇଁ ନିଷ୍ପତ୍ତି କରାଗଲା । ଯଦି କିଣାନଯାଏ ଟୋକନ ଅବଧି ସରିଲେ ପ୍ରଶାସନ ଦାୟୀ ରହିବେ । ସରକାରଙ୍କ ନିୟମ ଅନୁଯାୟୀ ଅନୁନ୍ୟ ୫୦୦ ରୁ ୧ ହଜାର କୁଇଣ୍ଟାଲ ଧାନ ଦୈନିକ କିଣିବା ନିମନ୍ତେ ନିୟମ ଥିବାରୁ ସମସ୍ତ ଟୋକନ ଆସିଥିବା ଚାଷୀଙ୍କ ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ ଦାୟିତ୍ୱ ନେବାକୁ ସ୍ଥିର ହୋଇଥିବା ଏହି ଚିଠିରେ ଦର୍ଶାଯାଇଛି ।ସୂଚନା ଯୋଗ୍ୟ ଯେ ବଡମାଧପୁର ପଞ୍ଚାୟତ ଚାଷୀମାନଙ୍କ ଧାନ ଗୋବା ସୋସାଇଟି ମାଧ୍ୟମ କିଣା ଯାଉଛି । ଚଳିତ ବର୍ଷ ଡିସେମ୍ବର ୧୬ତାରିଖ ଠାରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ପଞ୍ଚାୟତ ବହୁ ଚାଷୀଙ୍କ ଟୋକନ ଆସିଥିଲେ ମଧ୍ୟ କିଣାହୋଇନାହିଁ ବୋଲି ଗତ ସପ୍ତାହ ତଳେ ପଞ୍ଚାୟତ ବହୁ ଚାଷୀମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତିଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରାଇଥିଲେ । କିନ୍ତୁ ମଣ୍ଡି ପକ୍ଷରୁ ଟୋକନ ମିଳିଥିବା ଚାଷୀଙ୍କ ଧାନ କିଣାଯାଇନଥିଲ।। ସୋସାଇଟ୍ ଦେଖାଇଲା ମିଲରକୁ ମିଲର କହଲା ଟାର୍ଗେଟ ନାହିଁ । ଫଳରେ ଚାଷୀମାନେ ଉତ୍ତକ୍ତ୍ୟ ହୋଇ ଆଜି ରାଜରାସ୍ତା ଓହ୍ଲାଇଥିଲେ ବୋଲି ଚାଷୀନେତା ସିମାଞ୍ଚଳ ନାହାକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ