ଧାନ ବିକ୍ରୀ କରିନପାରି ଚାଷୀ ହତାଶ, ମାସେ ସମୟସୀମା ବଢ଼ାଇବା ଦାବି

ହାଟଡ଼ିହି : ରାଜ୍ୟ ସରକାର ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଚାଷୀଙ୍କ ଠାରୁ ସରଳ ଉପାୟରେ ଧାନ କିଣିବାପାଇଁ ଟୋକନ ବ୍ୟବସ୍ଥା କରିଥିବାବେଳେ ଏବେ କିନ୍ତୁ ସରକାରଙ୍କ ସମସ୍ତ ନୀତି ଫେଲ ମାରିଛି । ଖରିଫ ଋତୁରେ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ କରିଥିବା ସମସ୍ତ ଯୋଜନା ଫସର ଫାଟି ଯାଇଛି । ଏବେ କରୋନା କଟକଣା ଯୋଗୁଁ ଗାଡି ଚଳାଚଳ ବନ୍ଦ ଥିବାରୁ ଧାନ ଉଠି ପାରୁ ନଥିବାବେଳେ ମାତ୍ର ୫ଦିନ ଭିତରେ କିପରି ଚାଷୀମାନେ ଧାନ ଦେବେ ସେନେଇ ଚିନ୍ତାରେ ପଡିଥିବାବେଳେ ରାଜ୍ୟ ସରକାର ଏହାର ସମୟସୀମାକୁ ଆଉ ମାସେ କାଳ ବଢ଼ାଇବାକୁ ଚାଷୀମାନେ ଦାବି କରିଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାଇ ଧାନ ଅମଳ କରିବାପରେ ୪ମାସ ହେଲା ଧାନ ଗଣ୍ଡାକ ବିକିବା ପାଇଁ ମଣ୍ଡିକୁ ଦୌଡୁଥିବାବେଳେ ଚାଷୀଟିଏ ଚାଷକରି ନିଜର ଗୁଜୁରାଣ ମେଣ୍ଟାଇବାକୁ ଧାନଚାଷ କରିଥିବାବେଳେ ଏବେ ଚାଷପାଇଁ କରିଥିବା ଧାର କରଜ ସୁଝିବା ସେମାନଙ୍କ ପାଇଁ ବେଡି ଉପରେ କୋରଡା ମାଡ ସଦୃଷ ହୋଇଛି । ନା ସେମାନେ ଧାନ ବିକିପାରୁଛନ୍ତି ନାଁ କାହାର କରଜ ସୁଝି ପାରୁଛନ୍ତି । ଏପରି ପରିସ୍ଥିତିରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଥିବାବେଳେ ଧାନ କିଣା ଅବଧିକୁ ବୃଦ୍ଧି କରିବାପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ସଢ଼ା ସମବାୟ ସମିତି ଅଧିନରେ ସଢ଼ା, ଜମ୍ଭୀରା, ଢ଼େଙ୍କା ଆଦି ପଞ୍ଚାୟତର ଚାଷୀମାନେ ଧାନ ବିକ୍ରୀ କରତନପାରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଢ଼ା ସମବାୟ ସମିତିରେ ୨୧୦ଜଣ ଚାଷୀଙ୍କ ଠାରୁ ୨୦ହଜାର ୯୧୦କୁଇଣ୍ଟାଲ ଧାନ କିଣାଯିବାକୁ ଟୋକନ ଆସିଥିବାବେଳେ ଟାର୍ଗେଟ ଆସିନଥିବାରୁ ଚାଷୀମାନେ ମଣ୍ଡିକୁ ଧାନ ନେଇ ଧାନ ଫେରସ୍ତ କରି ଆଣିଛନ୍ତି । ସମିତିକୁ ଆଜି ପର୍ଯ୍ୟନ୍ତ ଧାନ କିଣା ଟାର୍ଗେଟ ଦିଆଯାଇ ନଥିବାବେଳେ ମାର୍ଚ୍ଚ ୩୧ତାରିଖରେ ଧାନ କିଣିାର ଶେଷ ତାରିଖ ବୋଲି ପୁର୍ବରୁ ଜଣାଇ ନିଆଯାଇଛି । ଫଳରେ ମାତ୍ର ୫ଦିନ ଥିବାବେଳେ କିପରି ଚାଷୀମାନେ ଧାନ ବିକିବେ ସେନେଇ ଚିନ୍ତାରେ ପଡିଛନ୍ତି । ନାହା ଗ୍ରାମର ଚାଷୀ ଭୋଳାନାଥ ରାଉତଙ୍କର ୧୫ଏକର ଜମି ଚାଷ କରିଥିବାବେଳେ ଆଜି ପର୍ଯ୍ୟନ୍ତ ଟଙ୍କାକର ଧାନ ବିକ୍ରୀ କରିପାରି ନାହାନ୍ତି । ବର୍ଷା ପାଇଁ ଧାନ ଅମଳକରି ଘର ଭିତରେ ଗଦାକରି ପକାଇ ରଖିଛନ୍ତି । ସେହିପରି ରାଜୀବ ଲୋଚନ ଜେନା ୧୪ଏକର ଜମି ଚାଷ କରିଥିବାବେଳେ ଟୋକନ ପାଇଥିଲେ ମଧ୍ୟ ଧାନ ବିକ୍ରୀ କରିପାରି ନାହାନ୍ତି । ଏହି ଗାଁର ଧୁଶାସନ ରାଉତ, ସୁନିଲ ପଳତା, ମନ୍ଦରଧର ରାଉତ, ରାଜେନ୍ଦ୍ର ମହାନ୍ତି, ଲିଜାରାଣୀ ଭୂୟାଁ, ଗଦାଧର ନାୟକ, ମନୋରମା ମହାନ୍ତି, ସୁରେନ୍ଦ୍ର ପଳତା, ସନ୍ତୋଷ ମହାନ୍ତି, ଅରୁଣ ସାହୁ, ଜଗନ୍ନାଥ ବେହେରା, ସୁବାସ ଚନ୍ଦ୍ର ବେହେରା, ମଧୁସୁଦନ ମଣ୍ଡଳ, ପୁର୍ଣ୍ଣଚନ୍ଦ୍ର ପଳତା, ନାରାୟଣ ନାୟକଙ୍କ ସମେତ ୩୦ରୁ ଉର୍ଦ୍ଧ ଚାଷୀ ଧାନ ବିକ୍ରୀକରିପାରି ନାହାନ୍ତି । ଏବେ କରୋନା ପାଇଁ ଲକଡାଉନ ଯୋଗୁଁ ଗାଡି ଘୋଡା ବନ୍ଦ ହୋଇଯାଇଥିବାରୁ ଚାଷୀମାନେ ଧାନ ବିକ୍ରୀ କରିବାରେ ନାନା ସମସ୍ୟା ଭୋଗୁଛନ୍ତି । ରାଜ୍ୟ ସରକାର ଏଥିପ୍ରତି ସୁବ୍ୟବସ୍ଥା ନକଲେ ଚାଷୀକୁଳ ହତୋତ୍ସାହିତ ହୋଇ ଧାନଚାଷ କରିବାଲାଗି ଆଗ୍ରହ ପ୍ରକାଶ କରିବେ ନାହିଁ । ଏଣୁ କେନ୍ଦୁଝର ଜିଲ୍ଲାପାଳ ଏହି ଚାଷୀମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଧାନ କିଣିବାର ବ୍ୟବସ୍ଥା କରାଇବା ସହିତ ଧାନକିଣା ସମୟ ଅବଧିକୁ ଏକମାସ ବୃଦ୍ଧି କରିବାକୁ ଚାଷୀ ନାରାୟଣ ନାୟକ, ଆନନ୍ଦ ମହାନ୍ତି, ଅକ୍ଷୟ କୁମାର ସାହୁ, ପ୍ରକାଶ ମହାନ୍ତି, ଜୟନ୍ତ ମଣ୍ଡଳ, ଶୁଭଲକ୍ଷ୍ମୀ ପୁହାଣ, ରବିନ୍ଦ୍ର କୁମାର ରାଉତ, କିଶୋର ଚନ୍ଦ୍ର ରାଉତ, ପ୍ରଶାନ୍ତ ରାଉତ, ସର୍ବେଶ୍ୱର ମହାନ୍ତି, ନରହରି ଜେନା, ରବିନ୍ଦ୍ର ସେଠୀ, ଲିପିକା ପ୍ରୀୟଦର୍ଶନୀ ରାଉତ, ଗଙ୍ଗାଧର ରାଉତ, ଦୁର୍ଯ୍ୟୋଧନ ମହାନ୍ତି କନକଲତା ମହାନ୍ତ, ଅଲେଖ ରାଉତ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ