ଧାନ ମଣ୍ଡି ଅବ୍ୟବସ୍ତା ପ୍ରତିବାଦ ରେ ରାସ୍ତା ରୋକ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକ ଏନ ଏ ସି ରେ ଚାଷୀ ଙ୍କ ଧାନ କିଣା ମଣ୍ଡିରେ ବଡ଼ ଅବବ୍ୟସ୍ତା ଦେଖାଦେଇଛି l ଧାନମଣ୍ଡି ଏଠାରେ ବିଳମ୍ୱ ରେ ଖୋଲା ଗଲା l ଅଦିନିଆ ବର୍ଷା ଫୋସଲ କ୍ଷତି ଯୋଗୁ ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି l ସବୁରି ଚାଷୀଙ୍କ ପ୍ରତିବାଦ ସ୍ୱର. ଟୋକେନ ମିଳିବା ନେଇ ମଧ୍ୟ ଚାଷୀଙ୍କ ଅଭିଯୋଗ ରହିଛି l ଚାଷୀ ମାନେ ଆଜି ପାରଳାଖେମୁଣ୍ଡି, ଗୁଣୁପୁର ମୁଖ୍ୟ ରାସ୍ତା ତଥା ଆନ୍ଧ୍ର ସୀମାନ୍ତ ଗ୍ରାମ ହାଡୁଭାଙ୍ଗି ଛକ ଠାରେ ଚାଷୀ ମାନେ ରାସ୍ତା ରୋକ କରିଛନ୍ତି l ରାସ୍ତା ରେ ଟ୍ରକ ଓ ଶଗଡ଼ ରଖି ସଡ଼କ ପଥ ବନ୍ଦ କରିଦେଇଛନ୍ତି l ଯାହାଫଳ ରେ ଯାନବାହାନ ଯାତାୟତ ହୋଇ ପାରିନଥିଲା l ଘଟଣା ସ୍ଥଳ ରେ କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରା ଙ୍କ ନେତୃତ୍ୱ ରେ ପୋଲିସ ସହିତ ପହଁଚି ଚାଷୀମାନଙ୍କୁ ବୁଝା ସୁଜା କରିଥିଲେ ମଧ୍ୟ ରାସ୍ତା ଅବରୋଧ ହଟିନଥିଲା l କୌଣସି ଜିଲ୍ଲା ସ୍ତରୀୟ ପ୍ରଶାସନ ଘଟଣା ସ୍ଥଳକୁ ଆସିନଥିଲେ l ସ୍ଥାନୀୟ ବି.ଡି.ଓ ଡମ୍ବୁରୁ ଧର ମଲିକ ବୁଝାସୁଝା କରିଲା ପରେ ରାସ୍ତା ରୋକ ହଟିଥିବା ଜଣାଯାଇଛି l