ଧାନ ମଣ୍ଡି ଉଦ୍ଘାଟିତ କଲେ ବିଧାୟକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ପଞ୍ଚୁଗୋଛିଆ ସେବାସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ନଡିଆଭାଙ୍ଗି ଏହାର ଶୁଭାରମ୍ଭ କରିଥିଲେ । ଚାଷୀମାନେ ଯେପରି ପୁର୍ବବର୍ଷ ପରି ହଇରାଣ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ଭିତରେ ସମିତିର ସଭାପତି ଆନନ୍ଦ ଚନ୍ଦ୍ର ନାୟକ, ପି.ବି ରାଇସ ମିଲର ଏମ.ଡି ଅଲେଖ ଚନ୍ଦ୍ର ମଲ୍ଲିକ, ସମବାୟ ସମିତିର ଉପନିବନ୍ଧକ ବିରେନ୍ଦ୍ର ମହାନ୍ତି, ପୁର୍ବତନ ସଭାପତି ଅକ୍ଷୟ କୁମାର ବରାଳ, ପେଡି କମିଟି ସଦସ୍ୟ ପ୍ରଶାନ୍ତ ରାଉତ, ରାମଚନ୍ଦ୍ର ସତପଥି, ବୋର୍ଡ ସଦସ୍ୟ ମାଳତୀ ନାୟକ, ବିଦ୍ୟାଧର ଜେନା, ସୁଷମା ଜେନା, ଶ୍ରୀଧର ଦେହୁରୀ, କାର୍ତ୍ତିକେଶ୍ୱର ଜେନା, ପ୍ୟାରୀମୋହନ ମଲ୍ଲିକ, ପୁରସ୍ତମ ଘଡେଇ, ଅନିରୁଦ୍ଧ ନାୟକ, ରତ୍ନାକର ଜେନା, କୃଷି କର୍ମଚାରୀ ନିରଞ୍ଜନ ସାହୁ, ସମ୍ପାଦକ ରାମଚନ୍ଦ୍ର ଜେନା, ଆର.ଏମ.ସି ସୁପରଭାଇଜର ଭାଗିରଥି ମହାରଣା, ଚାଷୀ ଦାମୋଦର ଜେନା, ବୈକୁଣ୍ଠ ସାହୁ, ସୁଧାକର ଜେନା, ସନାତନ ସାହୁ, ମାନସ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ୩ଗୋଟି ମିଲକୁ ୮ହଜାର କୁଇଣ୍ଟାଲ ଧାନ ଦେବାପାଇଁ ଅନୁମତି ମିଳିଥିବାବେଳେ ୩୩୯ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୩୭ଜଣ ଚାଷୀଙ୍କ ଭେରିଫାଏଡ କରାଯାଇ ତାଲିକା ଆସିଛି ବୋଲି ସମ୍ପାଦକ ସୁଚନା ଦେଇଥିଲେ । କର୍ମଚାରୀ ପଙ୍କଜ କୁମାର ବରାଳ, ତ୍ରିଲୋଚନ ସାହୁ, ଦୀପକ କୁମାର ଜେନା,ବୁଲେଇ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।