ଧାରଣାରେ ବସିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ
ଗୋପାଳପୁର , (ଯୁଗାବ୍ଦ ନ୍ୟୁଜ ) ଧାରଣାରେ ବସିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ । ବକେୟା ପ୍ରାପ୍ୟ ଦାବି ପୁରଣ ନହେବା ପର୍ୟ୍ୟନ୍ତ ଅହିଂସା ମାର୍ଗରେ ଧାରଣା ଜାରିରହିବ ବୋଲି ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ କହିଛନ୍ତ । ଅପରପକ୍ଷେ ସଂଘର ଦାବୀ ଯୁକ୍ତିଯୁକ୍ତ ବୋଲି ବିଶ୍ୱବିଦ୍ୟାଳୟ କୁଳସଚିବ ରଞ୍ଜନ କୁମାର ବିଶ୍ୱ।ଳ ସ୍ୱୀକାର କରିଛନ୍ତି। ତେବେ ଅର୍ଥର ଅଭାବ ଯୋଗୁଁ ଅବସର ପ୍ରାପ୍ତ କର୍ମଚାରୀଙ୍କ ବକେୟା ପ୍ରଦାନ ସମ୍ଭବ ହୋଇନାହିଁ। ବର୍ତ୍ତମାନ ସରକାରଙ୍କ ସହ ଏନେଇ ଆଲୋଚନା ହୋଇଛି ଏବଂ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ସେ ସୂଚନା ଦେଇଛନ୍ତି।