“ଧୁଲ୍ କେ ଫୁଲ୍” ମାଧ୍ୟମରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ରେମୁଣାସ୍ଥିତ ନୋସି ପାର୍କରେ “ଧୁଲ୍ କେ ଫୁଲ୍ 2024” ର ଗତ 16 ତାରିଖରେ ଶୁଭ ଉଦଘାଟନ ହୋଇଯାଇଛି । ସହରର ବସି ଅଞ୍ଚଳରେ ବସବାସ କରୁଥିବା କୁନିକୁନି ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ସାଉଁଟି, ସେମାନଙ୍କର ଗୁଣାତ୍ମକ ବିକାଶ ନିମନ୍ତେ “ଧୂଲ୍ କେ ଫୁଲ୍” ର ଜନ୍ମ । ଆମ ସମାଜରେ ସାଧାରଣତଃ ଆର୍ଥିକ ଓ ସାମଜିକ ଅନଗ୍ରସର ଶ୍ରେଣୀର ପରିବାରର ପିଲାମାନେ ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକୀୟ ସାଧନ ଓ ସୁଯୋଗ ପାଆନ୍ତି ନାହିଁ । କିନ୍ତୁ ଯେହେତୁ ବସ୍ତି ସହରର ଅବିଛେଦ୍ୟ ଅଙ୍ଗ, ସେମାନେ ସମ୍ମାନର ସହ ବଞ୍ଚିବା ଓ ଆଗକୁ ବଢିବା ନିତ୍ୟାନ୍ତ ଜରୁରୀ । କୋଠାବାଡି ନିର୍ମାଣଠୁ ଆରମ୍ଭ କରି ଆମ ଘରର କାମ କାର୍ଯ୍ୟରେ ସହଯୋଗ, ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଠାରୁ ଆରମ୍ଭ କରି ରିକ୍ସା ଚାଳକ ପର୍ଯ୍ୟନ୍ତ ସମସ୍ତେ ଆମ ଦୈନନ୍ଦିନ ଜୀବନରେ ସ‌ହଯୋଗ କରନ୍ତି । ସେମାନଙ୍କ ପିଲାମାନଙ୍କର ପିଲାଦିନ ଯେମିତି ସରସ ସୁନ୍ଦର ଓ ମଧୁମୟ କରାଯାଇପାରିବ, ଏହା ଆମ ସମସ୍ତଙ୍କର ଏକ ନୈତିକ ଦାୟିତ୍ୱ ।ଏହି କାର୍ଯ୍ୟକ୍ରମରେ ନୃତ୍ୟ,ସଂଗୀତ ଏବଂ ଚିତ୍ରାଙ୍କନ କ୍ଷେତ୍ରରେ ରୁଚି ରଖୁଥିବା ୫ରୁ ୧୬ ବର୍ଷ ବୟସ ଶିଶୁ ପ୍ରତିଭା ମାନଙ୍କର ପ୍ରତିଯୋଗିତା କରା ଯାଇଥିଲା । ଏଥିରେ ସହରର ବସ୍ତି ଅଞ୍ଚଳର କିଛି ଶିଶୁ ପ୍ରତିଭା ମାନେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ମାଧ୍ୟମରେ ଅନେକ ଶିଶୁମାନେ ନିଜର ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରିଛନ୍ତି । ସେମାନଙ୍କୁ ପ୍ରଶଂସା କରିବା ସହିତ ପୁରସ୍କାର ବଣ୍ଟନ କରାଯାଇଥିଲା lଶ୍ରୀଯୁକ୍ତ ମାନ୍ୟବର ନୀଳଗିରି ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି “ଧୂଲ୍ କେ ଫୁଲ୍” ଏବଂ “ଯୁବ ବିକାଶ” ର ମୁଖ୍ୟ ଶ୍ରୀ ଗୋବିନ୍ଦ ବଲ୍ଲଭ ଦଳାଇଙ୍କ ଆବାହକତ୍ୱରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କବି ଅଭୟ ଦାସ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି, ଅବସର ପ୍ରାପ୍ତ LIC ଅଫିସର ଦିବାକର ମହାପାତ୍ର, ଚିତ୍ରଶିଳ୍ପ କେଶୁ ଦାସ, ସମାଜସେବୀ ବିଜୟ ଦାସ ଅଧିକାରୀ, କାର୍ଯ୍ୟକ୍ରମର ସଂଯୋଜକ ପ୍ରଶାନ୍ତ ପଟେଲ, ଅଶୋକ ଦାସ, ଅସିତ ଦଳାଇ, ସୁବାସ ଖୁଣ୍ଟିଆସତ୍ୟଜିତ୍ ବ୍ରହ୍ମା, ଦେବେନ୍ଦ୍ର କୁମାର ରାଉଳ, ଜଗତ ଜ୍ୟୋତି ମହାନ୍ତି,ସମ୍ବିତ ଖୁଣ୍ଟିଆ, ଧରଣୀଧର ମଦୁଲି ଅନେକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ । ଆଗାମୀ ଦିନରେ ଆପଣଙ୍କ ଆଖ ପାଖରେ ଥିବା ଏହି ପ୍ରତିଭା ମାନଙ୍କୁ ଆମ ଦୃଷ୍ଟିକୁ ଆଣିବା ସହିତ ଏହି ଅଭିନବ ଅଭିଯାନରେ ସହଯୋଗ ପାଇଁ ଅତିଥି ମାନେ ଆହ୍ଵାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ