ଧୂମପାନ ଛାଡିବାକୁ ଚେଷ୍ଟା କରୁଛନ୍ତି ୪ଠ% ଲୋକ:ସର୍ଭେ

ନୂଆଦିଲ୍ଲୀ, (ଏଜେନ୍ସି): ଦେଶର ଅଗ୍ରଣୀ ଜେନେରାଲ୍ ଇନସ୍ୟୁରାନ୍ସ କମ୍ପାନୀ ଆଇସିଆଇସିଆଇ ଲୋମ୍ବାର୍ଡ଼ ପକ୍ଷରୁ ରାଜ୍ୟରେ ଧୂମପାନକାରୀଙ୍କ ଅଭ୍ୟାସ ଏବଂ ସେମାନଙ୍କ ଉପରେ ବନ୍ଧୁମାନଙ୍କର ପ୍ରଭାବ ଜାଣିବା ପାଇଁ ଏକ ସର୍ଭେ କରାଯାଇଥିଲା । ସେହି ସର୍ଭେ ରିପୋର୍ଟକୁ ବିଶ୍ୱ ତମାଖୁ ବର୍ଜନ ଦିବସରେ ଉନ୍ମୋଚନ କରାଯାଇଛି । ତେବେ ସର୍ଭେରୁ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ଅନୁସାରେ ଅଧିକାଂଶ ଲୋକ ବନ୍ଧୁଙ୍କ ପ୍ରଭାବରେ ହିଁ ଧୂମପାନ କରିଥାନ୍ତି । ଅନ୍ୟପକ୍ଷରେ ସେହିଭଳି କିଛି ବନ୍ଧୁମାନଙ୍କ ଯୋଗୁଁ ହିଁ ସେମାନେ ଧମୂପାନ ମଧ୍ୟ ଛାଡିଥାନ୍ତି । ସର୍ଭେରେ ଭାଗ ନେଇଥିବା ୪୦ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଧୂମପାନ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି, ଏବଂ ଧୂମପାନ ଛାଡ଼ିବାକୁ ପ୍ରତିଶ୍ରୁତିବଦ୍ଧ । ସେହିପରି ୪୮% ଲୋକ ନିଜକୁ କୁଲ୍ ଦେଖେଇବା କିମ୍ବା ଅନ୍ୟମାନଙ୍କ ଦ୍ୱାରା ଅଧିକ ଗ୍ରହଣୀୟ ହେବା ପାଇଁ ଧୂମପାନ କରୁଥିବା ଜଣାପଡ଼ିଛି । ୭୫% ଲୋକଙ୍କର ଅଧିକାଂଶ ବନ୍ଧୁ ଧୂମପାନ କରନ୍ତି ଏବଂ ୭୦%ଙ୍କ ଘରେ ଧୂମପାନକାରୀ ସଦସ୍ୟ ରହିଛନ୍ତି । ସେହିପରି ଧୂମପାନ କରୁନଥିବା ୪୬% ଲୋକଙ୍କର ସବୁ ବନ୍ଧୁ ଧୂମପାନ କରଥାନ୍ତି ଯଦ୍ୱାରା ସେମାନେ ମଧ୍ୟ ଏହାକୁ ଗ୍ରହଣ କରନ୍ତି । ଏହି ସର୍ଭେରେ ଭାଗ ନେଇଥିବା ୫୭% ଲୋକ ଧୂମପାନ ଛାଡ଼ିବାକୁ ସେମାନଙ୍କ ପରିବାର ସଦସ୍ୟ ଦ୍ୱାରା ଅନୁପ୍ରାଣିତ ହୋଇଥାନ୍ତି । ତେବେ ୪୧% ଲୋକ ବନ୍ଧୁ ଓ ସହଯୋଗୀଙ୍କ ଚାପ ଯୋଗୁ ଧୂମପାନ ଛାଡ଼ିପାରୁନଥିବା କହିଛନ୍ତି । ସବୁଠୁ ଭଲ କଥା ହେଉଛି ୫୯% ଲୋକ ସେମାନଙ୍କ ବନ୍ଧୁ କିମ୍ବା ପ୍ରିୟଜନଙ୍କୁ ପ୍ରଦାନ କରିଥିବା ପ୍ରତିଶ୍ରୁତି ସେମାନଙ୍କ ପାଇଁ ଧୂମପାନ ଛାଡ଼ିବାରେ ସହାୟକ ହେଉଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ