ଧୂଷୁରୀ ପୋଲିସ ନ୍ୟାୟ ଦେଉ ନଥିବା କଥା ପ୍ରେସ ମିଟ୍ ରେ କହିଲେ ଯୁବତୀ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କଲେଇ ପଞ୍ଚାୟତର ଚୁନିଦା ଗ୍ରାମର ୩୩ ବର୍ଷିୟା ପ୍ରିୟ ଦର୍ଶନୀ ଦାସ,ପିତା – ପ୍ରମୋଦ କୁମାର ଦାସ, ଧୂଷୁରୀ ପୋଲିସ ନ୍ୟାୟ ନଦେବାରୁ ମଙ୍ଗଳବାର ପ୍ରେସ ମିଟ୍ ଡାକି ଉଦବେଗ ପ୍ରକାଶ କରିଛନ୍ତି । ଉକ୍ତ ଯୁବତୀଙ୍କ ବୟାନ ଅନୁଯାୟୀ ସେ ଧୂଷୁରୀ ଥାନା ସ୍ଥିତ ଖଡିମାହାରା ଗ୍ରାମର ବୈଲୋଚନ ପରିଡା, ପିତା – ବିଷ୍ଣୁ ମୋହନ ପରିଡାଙ୍କୁ ୨୦୨୪ ମସିହା ଜୁଲାଇ ୧୪ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ । ଯୌତୁକ ବାବଦରେ ପରିବାର ପକ୍ଷରୁ ପ୍ରାୟ ୨୦ ପ୍ରାୟ ୨୦ ଲକ୍ଷ ଟଙ୍କାର ଅଳଙ୍କାର ସହ ଜିନିଷ ପତ୍ର ଦିଆ ଯାଇଥିଲା । ବିବାହ ପୁର୍ବରୁ ବୈଲୋଚନ ଦୁବାଇରେ ଏକ ନିଜସ୍ବ କମ୍ପାନୀ ଖୋଲି ମାସକୁ ୫ ଲକ୍ଷ ରୋଜଗାର କରୁଥୁବା କନ୍ୟାଘରକୁ ଜଣାଇ ଦିଆ ଯାଇଥିଲା । ବିବାହ ପରେ ତାଙ୍କ ସ୍ବାମୀ ବିବାହ ପୂର୍ବରୁ ଦୁବାଇରେ ରହୁ ନଥିଲେ କି କୌଣସି କମ୍ପନୀ ଖୋଲିନଥିବା ପ୍ରିୟ ଦର୍ଶନୀ ଜାଣିବାକୁ ପାଇଥିଲେ ଓ ଏ ବିଷୟରେ ନିଜ ପରିବାରକୁ ଜଣାଇଥିଲେ । ଏକଥା ତାଙ୍କ ସ୍ବାମୀ ଜାଣିବାପରେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଥିବା ଓ ତାଙ୍କ ଫୋନ ନମ୍ବରକୁ ବ୍ଲକ କରିବା କଥା ପ୍ରିୟ ଦର୍ଶନୀ ପ୍ରକାଶ କରିଥିଲେ । କେବଳ ସେତିକି ନୁହେଁ ତାଙ୍କ ଦିଅର, ଶାଶୁ, ଶ୍ବଶୁର ମଧ୍ୟ ତାଙ୍କୁ ପ୍ରତିଦିନ ମାନସିକ ଯନ୍ତ୍ରଣା ଦେଇଥିଲେ ବୋଲି ଧୂଷୁରୀ ଥାନାରେ ୨୦୨୪ ମସିହା ଡିସେମ୍ବର ୨୯ ତାରିଖରେ ଏତାଲା ଦେଇଥିଲେ । ଏ ସଂକ୍ରାନ୍ତରେ ଧୁଷୁରୀ ଥାନାରେ ସ୍ବାମୀ ଓ ପରିବାର ଲୋକଙ୍କ ନାମରେ କେଶ୍ ନଂ ୦୪୫୧ରେ ମାମଲା ରୁଜ୍ଜୁ କରା ଯାଇଥିଲା ।ଏତାଲା ଦେବାର ୧୫ ଦିନ ପରେ ମଧ୍ୟ ଧୂଷୁରୀ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ୨ ଦିନ ତଳେ ଏସ୍ ପି.ଙ୍କୁ ସାକ୍ଷାତ କରି ଏ ବିଷୟରେ ଯୁବତୀ ଜଣକ ଜଣାଇଥିଲେ । କାର୍ଯ୍ୟାଳୟର ଏ.ଏସ.ପି. ଅରୁପ ଅଭିଷେକ ବେହେରା ଧୁଷୁରୀ ଥାନାଧିକାରୀଙ୍କୁ ଆଉ ଥରେ ସାକ୍ଷାତ କରିବାକୁ କହିଥିଲେ । ସୋମବାର ଯୁବତୀ ଜଣକ ପୁନଶ୍ଚ ଥାନାକୁ ଯାଇଥିଲେବି ଦେହ ଖରାପ ଅଛି କହି ଅଭିଯୁକ୍ତଙ୍କ ବିରୁଦ୍ଧରେ ଯାହା ଦଫା ଲଗା ଯାଇଛି ତାହା ଠିକ ବୋଲି ଥାନାଧିକାରୀ ଶାନ୍ତନୁ କୁମାର ଜେନା ଫୋନ ମାଧ୍ୟମରେ କହିବା ସହ ତାଙ୍କୁ ନଜଣାଇ ଅଭିଯୁକ୍ତଙ୍କୁ ଥାନାକୁ ଡାକି ପଚରାପଚରି ନକିରି ଛାଡି ଦେଇଥିବା କହିଥିଲେ ।ଯଦି ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଏସ.ପି.ଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ବୋଲି ପ୍ରିୟସର୍ଶନୀ ପ୍ରେସ ମିଟରେ ଉଦବେଗ ପ୍ରକାଶ କରି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ