ଧୂସର ଜଳ(ଗ୍ରେ ୱାଟର) ପରିଚାଳନା ନେଇ କର୍ମଶାଳ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଜଉଗଡ ସମ୍ମିଳନୀ କକ୍ଷରେ ସହରରେ ଧୂସର ଜଳ(ଗ୍ରେ ୱାଟର) ପରିଚାଳନା ନେଇ ଛତ୍ରପୁର ଏନଏସି ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଏନଏସି ନିର୍ବାହି ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ଅଧ୍ୟକ୍ଷତା କମ କରିଥିଲେ । ଧୂସର ଜଳ ହେଉଛି ବାଥରୁମ,ଲଣ୍ଡ୍ରି ଓ ରୋଷେଇଘରରୁ ନିର୍ଗତ ଜଳ । ରାଜ୍ୟରେ ପୂର୍ବରୁ ଜଟଣୀ ଓ ଢେଙ୍କାନାଳରେ ଏହି ଗ୍ରେ ୱାଟର ପରିଚାଳନା ପାଇଲେଟ ପ୍ରୋଜେଟ ନିଆଯାଇଥିଲା ଯାହାର ସଫଳତା ପରେ ଏବେ ରାଜ୍ୟରେ ପୁଣି ୧୧ଟି ସହରାଚାଂଳରେ କାମ କରିବା ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ହାତକୁ ନେଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମର ହିଞ୍ଜିଳି ଓ ଛତ୍ରପୁର ସାମିଲ ହୋଇଛି । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ୍ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏହି ସବୁ କାର୍ଯ୍ୟପନ୍ଥା ହାତକୁ ନିଆଯାଇଛି । ଏବେ ଛତ୍ରପୁର ଏନଏସି ପକ୍ଷରୁ ଖୁବ ଶ୍ରୀଘ ଘର କୁ ଘର ସର୍ଭେ କରାଯିବ ସ୍ୱଛ ସାଥିମାନେ ନିଜ ନିଜ ଅଚଂଳ ବୁଲିଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବେ ଏହାକୁ ଉକ୍ତ ଅଚଂଳର କାଉନସିଲରମାନେ ସହଯୋଗ କରିବେ । ଜଳ ସବୁ ବର୍ଜ୍ୟଜଳ ଦ୍ୱାରା ପ୍ରଦୂଷିତ ନହେବ ସେଥିପାଇଁ ଏହି ଗ୍ରେ ୱାଟର ପରିଚାଳନା ପାଇଁ ଏକ ଅଭିନବ ଯୋଜନା ହାତକୁ ନିଆଯାଇଛି । ଡ୍ରେନରେ ଧୂସର ଜଳକୁ କିପରି ମୁକ୍ତ କରାଯିବ ସେ ନେଇ ଏହି କର୍ମଶାଳରେ କୁହାଯାଇଥିଲା । ଏନେଇ କଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ଆଲୋଚନା ହୋଇଥିଲା । ଅଗଷ୍ଟ ମାସରୁ ଏହି ଯୋଜନା କାମ ଆରମ୍ଭ ହୋଇ ଡିସେମ୍ବରରେ ଏହି ଯୋଜନା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ମୁକ୍ତା ଅଧିନରେ ଏହି କାର୍ଯ୍ୟକ୍ରମ କରାଯିବ । ଏହି କର୍ମଶାଳାରେ ରାଜ୍ୟସ୍ତରରୁ ତାଲିମ ନେଇଆସିଥିବା ଛତ୍ରପୁର ଏନଏସି ଯନ୍ତ୍ରୀ ଶୁଶାନ୍ତ କୁମାର ଷଡଙ୍ଗୀ ଏହି କର୍ମଶାଳର ଆଭିମୁଖୀ ଉପରେ ଆଲୋକପାତ କରିଥିଲେ । ଦିନକୁ ଦିନ ଜଳର ଅଭାବ ଦେଖାଯାଉଥିବାରୁ ବର୍ଷାଜଳକୁ ସରଂକ୍ଷଣ କରାଯାଉଥିଲା ଏବେ ଗ୍ରେ ୱାଟରକୁ ମଧ୍ୟ ସରଂକ୍ଷଣ ବ୍ୟବସ୍ଥା କରାଯିବ । ଏହି କର୍ମଶାଳାରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ,ସମସ୍ତ କାଉନସିଲର, ସ୍ୱଚ୍ଛ, ସାଥି,ମହିଳା ସଂୟ ସହାୟକ ଗୋଷ୍ଠୀ,ଏନଏସି କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।