ଧୋୟାଞ୍ଚଳରେ ପ୍ରତାପ ଦେବଙ୍କ ମାରାଥନ ପ୍ରଚାର
ପଟ୍ଟାମୁଣ୍ଡାଇ(ଜୁଗାବ୍ଦ ନ୍ୟୁଜ୍): ଭାରତବର୍ଷର ୧ନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ଅପ୍ରତିଦ୍ୱନ୍ଦ୍ୱୀ ଜନନାୟକ ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଜନକଲ୍ୟାଣ ଯୋଜନା ସହ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଓ କାଳିଆ ଯୋଜନା ପ୍ରଣୟନ କରି ଓଡିଶାରେ ୨୦ବର୍ଷ ଧରି ବିକାଶଧାରା ଚଳାଇଛନ୍ତି । ଏଣୁ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ସାରା ରାଜ୍ୟରେ ବିଜେଡିର ଜୟଯାତ୍ରାକୁ କେହି ରୋକିପାରିବେ ନାହିଁ ବୋଲି ସହିରା, ବାଟିପଡା ଆଦି ଧୋୟାଞ୍ଚଳର ବିଭିନ୍ନ ପଞ୍ଚାୟତରେ ମାରାଥନ ନିର୍ବାଚନ ପ୍ରଚାର କରି ଆୟୋଜିତ ପଥପ୍ରାନ୍ତ ସଭାରେ ପ୍ରକାଶ କରିଛନ୍ତି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ । ରାଜ୍ୟସଭା ସାଂସଦ ତଥା ଆଳି ବିଧାନସଭାର ବିଜେଡି ପ୍ରାର୍ଥୀ ଶ୍ରୀଦେବ କହିଲେ ଯେ, ନବୀନଙ୍କ ଆର୍ଶିବାଦରେ ଅବହେଳିତ ଆଳି, କନିକା ଅଞ୍ଚଳର ଆଶାତୀତ ବିକାଶ ହୋଇଥିବାବେଳେ ବିଗତ ୫ବର୍ଷ ବିରୋଧୀଦଳର ପ୍ରତିନିଧିତ୍ୱ ଯୋଗୁ ବିକାଶଧାରା ଠପ୍ ହୋଇଛି । ପ୍ରବାଦପୁରୁଷ ବିଜୁବାବୁଙ୍କ କର୍ମଭୂମି କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନମଣ୍ଡଳୀରେ ନବୀନଙ୍କ ବିକାଶ ରଥକୁ ଆଗେଇ ନେବା ପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ନିବେଦନ ଦେଇଥିଲେ ।ପ୍ରାର୍ଥୀ ଶ୍ରୀଦେବଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁମିତ୍ରା ସାହୁ, ଜିଲ୍ଲାପରିଷଦ ସଦସ୍ୟ ସୁମନ୍ତ ରାଉତ, ଏକଲବ୍ୟ ପାତ୍ର, ପ୍ରଶାନ୍ତ ରାଉତ, ହେମନ୍ତ ମହାନ୍ତି, ମନୋରଞନ ସାମଲ, ଅରୁଣ ଖଣ୍ଡୁଆଳ, ମୃଣାଳକାନ୍ତ ପାଣ୍ଡବ, ଟୁଟୁ ପଣ୍ଡା, ବାବୁଲି ମିଶ୍ର, ନିରଞନ ସେନାପତି, ସୁବ୍ରତ ଦାଶ ପ୍ରମୁଖ ସହିରା, ବାଟିପଡା ଆଦି ପଞ୍ଚାୟତରେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ ।