ନଅ ଟନ୍ର ଦଉଡି-ପେଣ୍ଡୁ!

ବିଶ୍ୱର ବୃହତ୍ତମ ଦଉଡ଼ି-ପେଣ୍ଡୁ ଅଛି ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ମିନେସୋଟାର ଡାରଉଇନରେ । ସେଇଟିର ଓଜନ ନଅ ଟନ୍ । ଉଚ୍ଚତା ବାରଫୁଟ ଏବଂ ଗୋଲେଇ ଚାଳିଶ ଫୁଟ । ପ୍ରାନସିସି ଏ ଜନସନ ନାମକ ସ୍ଥାନୀୟ କୃଷକ ମାର୍ଚ୍ଚ ୧୯୫୦ରେ ଦଉଡ଼ି-ପେଣ୍ଡୁ ଗଢ଼ିବା ଆରମ୍ଭ କରିଥିଲେ । ୧୯୭୯ ପର୍ଯ୍ୟନ୍ତ ଗଢ଼ିବା କାର୍ଯ୍ୟ ଚାଲିବା ସହ ପେଣ୍ଡୁର ଆକାର ଓ ଓଜନ ବଢ଼ିଚାଲିଥିଲା । ତାହା ପରେ ଫୁସଫୁସ ସଂକ୍ରମଣରେ ପୀଡ଼ିତ ହେବାରୁ ସେ ନିଜ କାର୍ଯ୍ୟରୁ ବିରତ ହୋଇଥିଲେ । ସେ ଧୂମପାନ କରୁନଥିଲେ । ଦଉଡ଼ି ସହ ଲାଖିରହୁଥିବା ଧୂଳି ଯୋଗୁଁ ସେ ଫୁସଫୁସ ସଂକ୍ରମଣରେ ଶିକାର ହୋଇଥିବା ଚିକିତ୍ସକ ମତ ଦେଇଥିଲେ । ପେଣ୍ଡୁ ଗଢ଼ା କାର୍ଯ୍ୟରୁ ବିରତ ହେବାର ଦଶ ବର୍ଷ ପରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ହାତ ତିଆରି ବିଶାଳ ପେଣ୍ଡୁଟି ଏବେ ବି ଏକ କାଚ କୋଠରୀରେ ପ୍ରଦର୍ଶିତ ହେଉଛି । ପ୍ରତି ଦିନ ହାରାହାରି ଦେଖ ଶହ ଦର୍ଶକ ପର୍ଯ୍ୟଟକ ସେଇଟିକୁ ଦେଖିବାକୁ ଆସୁଛନ୍ତି । ଫ୍ରାନ୍ସିସଙ୍କ ଜୀବନ କାଳରେ ଦଉଡ଼ି-ପେଣ୍ଡୁ ଗଢ଼ିବା ବାବଦରେ ଜଣେ ସାମ୍ବାଦିକ ଥରେ ତାଙ୍କର ସାକ୍ଷାତକାର ନେଇଥିଲେ । ସେତେବେଳେ ସେ କହିଥିଲେ ‘କୌଣସି ଜିନିଷ ନ ନ କରିବାକୁ, ମାଆ ଉପଦେଶ ଦେଇଥିଲେ । ମୁଁ କେବଳ ତାଙ୍କ ଉପଦେଶ ପାଳନ କରୁଛି ।’ ଉଲ୍ଲେଖଯୋଗ୍ୟ ଯେ, ଫ୍ରାନସିସ ମଧ୍ୟ ଥିଲେ ଜଣେ ସଂଗ୍ରାହକ । ବିଭିନ୍ନ ଆକାର ଓ ପ୍ରକାରର ସାତ ହଜାର ପେନସିଲ, ସତର ଶହ ନେଲ ଆପରନ୍ ସଂଗ୍ରହ କରିରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ