ନକଲି ଔଷଧ କାରବାର ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସାମ୍ପ୍ରତିକ ସମୟରେ ନକଲି ଔଷଧ କାରବାର ହେଉଥିବା ଅଭିଯୋଗ ହୋଇଛି।ଜୀବନ ରକ୍ଷା ପାଇଁ ଵ୍ୟଵହାର ହେଉଥିବା ଔଷଧ ଵେଳେ ଵେଳେ ଜୀବନକୁ ଵିପଦରେ ପକାଇ ଦେଉଛି।ଏପରିକି ନକଲି ଔଷଧ ଯୋଗୁ ଲୋକ ମାନେ ମଧ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି।ଏଭଳି ଵାରମ୍ଵାର ସଙ୍ଗୀନ ଅଭିଯୋଗ ଆସିବା ପରେ ଓଡିଶା ଭେଷଜ ନିୟନ୍ତ୍ରକ ଅଧିକାରୀ ମାନେ ଏ ବାବଦରେ ଯାଞ୍ଚ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି।ସୂଚନା ମୁତାବକ ଵାଲେଶ୍ବର ଅତିରିକ୍ତ ଭେଷଜ ନିୟନ୍ତ୍ରକ ନୀହାରିକା ଦାସ, ଉତ୍ତରାଞ୍ଚଳ ଜୋନ ଅଧିକାରୀ ଜଗନ୍ନାଥ ମଲିକ,ଭଦ୍ରକ ଭେଷଜ ନିରୀକ୍ଷକ ଜ୍ଞାନଦାନନ୍ଦ ପ୍ରମୁଖ ଦୁଇ ଦିନ ଧରି ଵିଭିନ୍ନ ଓଷଧ ଦୋକାନରେ ଯାଞ୍ଚ ପ୍ରକ୍ରିୟାକୁ ଯୋରଦାର କରିଛନ୍ତି।ଭଦ୍ରକ ସମେତ ବନ୍ତ ଓ ଭଣ୍ଡାରିପୋଖରୀ ଠାରେ ଅଧିକାରୀ ମାନେ ପହଂଚି ଵିଭିନ୍ନ ଔଷଧ ନମୁନା ସଂଗ୍ରହ କରିଛନ୍ତି।ମାନ ପରୀକ୍ଷଣ ପାଇଁ ପ୍ରାୟ ୧୦ଗୋଟି ଦୋକାନରୁ ଔଷଧ ନମୁନା ସଂଗ୍ରହ ହୋଇଛି। ଆଗକୁ ନକଲି ଔଷଧ କାରବାର ନେଇ ଯାଞ୍ଚକୁ ଜୋରଦାର କରାଯିବ ବୋଲି ସୂଚନା ମିଳିଛି।ଏନେଇ ଦୋକାନୀଙ୍କ ମଧରେ କୋକୁଆ ଭୟ ସୃଷ୍ଟି ହୋଇଛି।