ନକଲି ଡାକ୍ତର ଗିରଫ ପରେ ବେଆଇନ କ୍ଲିନିକ୍ ଉପରେ ଚଢାଉ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଡ଼େଙ୍ଗାଉସ୍ତା ର ଏକ ଔଷଧ ଦୋକାନ ରେ ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଚିକିତ୍ସା କରୁଥିବା ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଙ୍କୁ ଗିରଫ ଘଟଣା ପରେ ଡ଼େଙ୍ଗାଉସ୍ତା ରେ ଥିବା ବିଭିନ୍ନ ଔଷଧ ଦୋକାନ ଓ ନର୍ସିଂ ହୋମ ରେ ସାନ ଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା ଓ ଆଡପଡା ମେଡିକାଲ ଇନଚାର୍ଜ ଡାକ୍ତର ବାହନ ଦାସ ଚଢ଼ାଉ କରି କାଗଜ ପତ୍ର ଯାଞ୍ଚ କରିଥିବା ଦେଖିବାକୁ ମିଳୁଛି।ଡ଼େଙ୍ଗାଉସ୍ତା – ଭୀଷ୍ମଗିରୀ ରୋଡ଼ ରେ ଥିବା ଭାରତ ଡେଣ୍ଟାଲ କ୍ଲିନିକ ଉପରେ ଚଢ଼ାଉ କରିବା ବେଳେ ବିନା ରେଜିଷ୍ଟ୍ରେସନ ରେ କ୍ଲିନିକ ଚାଲିଥିବା ଜାଣିବାକୁ ପାଇ କ୍ଲିନିକ କୁ ସିଲ କରିଛନ୍ତି l ତେବେ କ୍ଲିନିକ ଚଳାଉଥିବା ମାଲିକ ପୋଡାମାରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ତାପସ ବିଶ୍ୱାଳ ବୋଲି ଜଣାପଡିବା ପରେ ତଦନ୍ତ ପ୍ରକ୍ରିୟା କୁ ଜାରୀ ରଖିଛି ପ୍ରଶାସନ।।ତେବେଫାର୍ମାସିଷ୍ଟ ଥାଇ ସେ କିପରି ବେଆଇନ ଭାବେ। କ୍ଲିନିକ କରିଥିଲେ ସ୍ଵାସ୍ଥ୍ୟ ବିଭାଗ ଅଧିକାରମାନେ ଜାଣିପାରିଲେ ନାହିଁ। ପ୍ରତିକ୍ରିୟା ଦେଇ କହିଛନ୍ତି ବାହାରୁ ଡ଼ାକ୍ତର ମାନେ ଆସୁଥିଲେ ସମସ୍ତ ପ୍ରକାର ଚିକିତ୍ସା ଏବଂ ମହିଳାଙ୍କ ପ୍ରସୂତୀ ହେଉଥିଲା ବୋଲି ମତ ଦେଇଥିଲେ ଫାର୍ମାସୀ ।ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ଦେଇକହିଛନ୍ତି କ୍ଲିନିକ୍ ସିଲ୍ କରିଛୁ ଆସନ୍ତା କାଲି ବିଭିନ୍ନ ପ୍ରକାର କାଗଜ ପତ୍ର ଯାଞ୍ଚ କରାଯିବା । ଡେଙ୍ଗାଉସ୍ତା ରେ ଆଉ ତିନୋଟି ମେଡ଼ିସିନ ଦୋକାନ ରେ ଚଢାଉ କରିଥିବା ବେଳେ ଅନ୍ୟ ଦୋକାନୀ ମାନେ ଚଢ଼ାଉ ଦେଖି ଭୟରେ ଦୋକାନ ବନ୍ଦ କରି ଚାଲିଯାଇଥିଲେ। ସାନଖେମୁଣ୍ଡି ଅଂଚଳ ରେ ବେଆଇନ ଭାବେ ବିଭିନ୍ନ କ୍ଲିନିକ ରେ ଆବାଧ ଗର୍ଭପାତ କରାଯାଉଥିବା ବେଳେ ସ୍ଵାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ଭାବେ ନୀରବ ଦ୍ରଷ୍ଟା ସାଜିଥିବା ବୁଦ୍ଧିଯିବି ମହଲରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ