ନକଲି ଭୟ…

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲାରେ ଗତକିଛି ମାସ ଧରି  ପୋଲିସର ପରିଚୟ ଦେଇ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ  ପୋଲିସ ପ୍ରଶାସନ ତରଫରୁ ସଚେତନ କରିବା ସହ କିଛି  ଅନ୍ତରାଜ୍ୟ  ଲୁଟେରାଙ୍କୁ କାବୁ କରିବା ପରେ ନକଲି ପୋଲିସର ଭୟ ଜିଲ୍ଲାରୁ ମୁଳପୋଛ ହୋଇଥଲା । କିନ୍ତୁ ଜାଲ ସାର୍ଟିଫିକେଟରେ ବହୁ ଶିକ୍ଷକତା ଚାକିରି  କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ତରଫରୁ  ଜାଲ ସାର୍ଟିଫିକେଟର ଯାଞ୍ଚ କରିବା ସହ ଅସାଧୁ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ  ପ୍ରକାଶ କରିଛନ୍ତି । ଏଥିସହ ନକଲି ଶିକ୍ଷକତା କରି  ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଥିବା ଶିକ୍ଷକଙ୍କ ମଧ୍ୟରେ ପ୍ରଶାସନର ଏହି ତାଗିତ ପରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ