ନିଯୁକ୍ତିରେ ବ୍ୟାପକ ଘୋଟାଲା ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ପୂର୍ବତନ ସଭାପତି ଯୈାନ କେଳେଙ୍କାରିରେ ଛନ୍ଦି ହୋଇଥିଲା ବେଳେ ଏବେ ସୋସାଇଟିରେ ବ୍ୟାପକ ବିଭ୍ରାଟ ଦେଖାଦେଇଥିବା ବେଳେ ଜମାକାରି ଓ ଅଂଶୀଦାରମାନଙ୍କର ସୋସାଇଟି ଉପରୁ ଆସ୍ଥା ତୁଟିଯାଉଥିବାର ଦେଖାଯାଇଥିବା ସୋସାଇଟି ପରିଚାଳନା କମିଟିର ପୂର୍ବତନ ନିର୍ଦେଶକମାନେ ରାଜ୍ୟ ସମବାୟ ସମିତି ସମୁହର ମହାନିବନ୍ଧକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମାତ୍ର ଏଇକେତେଦିନ ମଧ୍ୟରେ ୧୬କୋଟି ଟଙ୍କା ସୋସାଇଟିରୁ ଉଠାଣ ହୋଇଥିବା ବେଳେ ଜମାକାରିମାନେ ସେମାନଙ୍କ ସ୍ଥାଇଜମାକୁ ଭାଙ୍ଗି ନେଇଯାଉଥିବା ଅଭିଯୋଗ ହୋଇଛି । ଏହାପଛରେ କେବଳ ଯୈାନକିଳେଙ୍କାରି ଦାଇ ନୁହେଁ ବରଂ କର୍ମଚାରୀଙ୍କ ଅସନ୍ତୋଷ ରହିଥିବାର ଜଣାପଡିଛି ବୋଲି ଅଭିଯୋଗ ହୋଇଛି । ସୋସାଇଟିରେ ଏବେ ବିଭିନ୍ନ ଶ୍ରେଣୀର ୨୧୦ଜଣ କର୍ମଚାରୀ ଥିବା ବେଳେ ସେଥି ମଧ୍ୟରୁ ୭୨ଜଣ ରାଜ୍ୟ ସମବାୟ ସମିତି ସମୁହର ନିବନ୍ଧକଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଟନ୍ତି । ଅବଶିଷ୍ଟ ୧୩୮ଜଣ ପରିଚାଲନା ବୋର୍ଡ ଦ୍ୱାରା ନିଯୁକ୍ତ ହୋଇ କାର୍ଯ୍ୟ କରିଆସୁଛନ୍ତି । ସେମାନଙ୍କୁ ରାଜ୍ୟ ସମବାୟ ସମିତି ସମୁହର ନିବନ୍ଧକଙ୍କ ସ୍ୱୀକୃତି ମିଳିନଥିବାରୁ ସେମାନଙ୍କ ଚାକିରୀର ବୈଧତା ନେଇ ପ୍ରଶ୍ନ ଉଠିଛି ? . ପରିଚାଳନା ବୋର୍ଡ ଦୀର୍ଘଦିନ ଧରି ନିଯୁକ୍ତି କ୍ଷେତ୍ରରେ କର୍ମ ନିୟୋଜନ ସଂସ୍ଥାରୁ ନାମ ନମାଗି,ବହୁଳ ପ୍ରସାରିତ ଖବରକାଗଜରେ କୈାଣସି ବିଜ୍ଞାପନ ନଦେଇ କିମ୍ବା କୈାଣସି ଲିଖିତ ପରୀକ୍ଷା ନକରାଇ ଶିକ୍ଷାଗତ ଯୋଗ୍ୟତାକୁ ଉପେକ୍ଷା କରି ପ୍ରତି ନିଯୁକ୍ତି କ୍ଷେତ୍ରରେ ଏକ ଲକ୍ଷରୁ ତିନି ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନିଆଯାଇ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ୨୦୧୫ମସିହାର ସୋସାଇଟି ପରିଚାଳନା କମିଟି ନିର୍ବାଚନ ପୂର୍ବରୁ ୧୫୬ଜଣ କର୍ମଚାରୀ ଥିଲେ । ଏହାଭିତରେ ସୋସାଇଟିର କୈାଣସି ଅଧିକ ଶାଖା ଖୋଲାଯାଇନଥିବା ବେଳେ କିଭଳି ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି । ବିଗତ ୫ବର୍ଷ ଭିତରେ ୪୦ଜଣରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ବିଭିନ୍ନ ଆଳରେ ବହିଷ୍କାର କରାଯାଇଥିବା ବେଳେ କେତେକଙ୍କୁ ବିଭିନ୍ନ ପ୍ରକାର ମାନସିକ କଷ୍ଟ ଦିଆଯିବାରୁ ସେମାନେ ଚାକିରୀ ଛାଡିଥିବା ଅଭିଯୋଗ ହୋଇଛି । ଏହି ବେଆଇନ ନିଯୁକ୍ତି ରାକେଟରେ ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କ ସମେତ ସମ୍ପାଦକ ପ୍ରହଲ୍ଲାଦ ସାହୁ,ସହସମ୍ପାଦକ ଅରବିନ୍ଦ ସାହୁ ଓ ବୀମା ପରାମର୍ଶଦାତା କମଳାକାନ୍ତ ସୁଆର ଜଡିତ ରହି ବହୁ କୋଟି ଟଙ୍କାର ଦୁର୍ନିତିରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଛି । ଓଡିଶା ସମବାୟ ।ାଇନର ୧୯୬୨ର ଧାରା ୨୮ ଅନୁଯାଇ ସୋସାଇଟିର କୈାଣସି ନିଯୁକ୍ତି ନିମନ୍ତେ ପରିଚାଳନା ବୋର୍ଡର ଏକ ସବ-କମିଟି ଗଠନ ହେବା ବିଧେୟ । ସେହି ସବ କମିଟି ସମସ୍ତ ପ୍ରକାର ନିଯୁକ୍ତି ନିୟମାବଳୀପ୍ରସ୍ତୁତି କରିବା ସହ ଆଇନଗତ ଭାବେ ସମସ୍ତ ନିଯୁକ୍ତି କରିବା କ୍ଷମତା ରହିଛି । କିନ୍ତୁ ସୋସାଇଟିର ସେଭଳି କୈାଣସି ସବକମିଟି ଗଠନ କରାନଯାଇ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁ, ସମ୍ପାଦକ ପ୍ରହଲ୍ଲାଦ ସାହୁ, ସହସମ୍ପାଦକ ଅରବିନ୍ଦ ସାହୁ ଓ ବୀମା ପରାମର୍ଶଦାତା କମଳାକାନ୍ତ ସୁଆରଙ୍କୁ ନେଇ ଚାଲିଥିଲା ସବକମିଟି ବୋଲି ଅଭି୍େ‌ାଗ ହୋଇଛି । ଚାକିରୀ ନିମନ୍ତେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ କମଳାକାନ୍ତ ସୁଆର ଓ ଅରବିନ୍ଦ ସାହୁ ଅର୍ଥ ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଛି । ୨୦୧୬ ମସିହାରେ ସ୍ୱତନ୍ତ୍ର ଅର୍ଡିଟ ରିପୋର୍ଟରେ ସୋସାଇଟିରେ ନିଯୁକ୍ତିକ୍ଷେତ୍ରରେ ହୋଇଥିବା ବେଆଇନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲେ ମଧ୍ୟ କିପରି ପୁନର୍ବାର ୯୬ଜଣ ସେହିଭଳି ବେଆଇନ ନିଯୁକ୍ତି ପାଇଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ?. ସମବାୟ ବିଭାଗର କୈାଣସି ସରକାରୀ ଆଇନକାନୁନ ଓ ନୀତିନିୟମକୁ ସଂପୂର୍ଣ୍ଣ ଅବଜ୍ଞା କରାଯାଇ ମନମୁଖି କାର୍ଯ୍ୟ କରିଥିବା ଓ ସୋସାଇଟିର ସଭ୍ୟ,ଅଂଶୀଦାର ଓ ଜମାକାରୀମାନଙ୍କ କୋଟି କୋଟି ଟଙ୍କା ଲୁଟ କରିଥିବା ପୂର୍ବତନ ସଭାପତି ପ୍ରମୋଦ ସାହୁ, ସମ୍ପାଦକ ପ୍ରହଲ୍ଲାଦ ସାହୁ, ସହସମ୍ପାଦକ ଅରବିନ୍ଦ ସାହୁ ଓ ବୀମା ପରାମର୍ଶଦାତା କମଳାକାନ୍ତ ସୁଆରଙ୍କ ବିରୋଧରେ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସମବାୟ ସମିତି ଆଇନ ୧୯୬୨କୁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି କ୍ଷେତ୍ରରେ କାର୍ଯ୍ୟକାରି କରି ଦୋଙ୍କୁ ଦଣ୍ଡବାଧାନ କରିବାକୁ ସୋସାଇଟିର ପୂର୍ବତନ ନିର୍ଦେଶକ ଭାଗିରଥୀ ଜେନା,ଗୋକୁଳ ନାୟକ,ହରେକୃଷ୍ଣ କର,ହାଡିବନ୍ଧୁ ସିଂ, ବିଦ୍ୟୁତ ରଞ୍ଜନ ନାୟକ ପ୍ରମୁଖ ରାଜ୍ୟ ସମବାୟ ସମିତି ସମୂହର ମହାନିବନ୍ଧକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ମଧ୍ୟ ଏଥିପ୍ରତି ସଂପୂର୍ଣ୍ଣ ଆଖି ବୁଜିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ