ନକଲି ସୁନା ଦେଇ ଋଣ ହଡପ କରିଛନ୍ତି ଖୋଦ ବ୍ୟାଙ୍କ ଦ୍ୱାରା ନିୟୋଜିତ ବଣିଆ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ( ବିସିସି ) ରେ ନକଲି ସୁନା ଦେଇ ଋଣ ହଡପ କରିଛନ୍ତି ଖୋଦ ବ୍ୟାଙ୍କ ଦ୍ୱାରା ନିୟୋଜିତ ବଣିଆ । ଏହି ଶାଖାରେ ବଣିଆ ଭାବେ ନିୟୋଜିତ ଥିବା କେ.ଗୋପୀ ଗତ 2016 ମସିହା ରେ 460 ଗ୍ରାମ ନକଲି ସୁନା ବନ୍ଧକ ରଖି 4ଟି ଆକାଉଣ୍ଟ ମାଧ୍ୟମରେ ରେ 11 ଲକ୍ଷ ଟଙ୍କା ଋଣ ନେଇଥିଲେ ।ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଋଣ ର ମୂଲ୍ୟ 23 ଲକ୍ଷ ରେ ପହଞ୍ଚିଥିବା ବେଳେ ଗୋପୀ 11 ଲକ୍ଷ ସୁଝି ଦେଇଥିଲେ ଋଣ ର ବଳକା 11 ଲକ୍ଷ୫୦ ହଜାର ଟଙ୍କା ବାକି ଥିଲେ । ତେବେ ଗତ କାଲି ପାରଳାଖେମୁଣ୍ଡି ବିସିସି ବ୍ୟାଙ୍କ ମ୍ୟାନେଜର ଥାନା ରେ ଅଭିଯୋଗ କରିଥିଲେ ଯେ କେ.ଗୋପୀ ବନ୍ଧକ ଦେଇଥିବା ସୁନା ସବୁ ନକଲି ।ଆଜି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିସିସି ବ୍ୟାଙ୍କ ରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ବଣିଆ କେ.ଗୋପୀ କୁ ଅଟକ ରଖିଛନ୍ତି । ସେପଟେ ଋଣ ହଡପ ଘଟଣା ରେ କିଛି ବ୍ୟାଙ୍କ କର୍ମଚାରୀ ସାମିଲ ଅଛନ୍ତି ଏ ନେଇ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ର ମୁଖ୍ୟ ଶାଖାର ଅଧିକାରୀ ମାନେ ଆସି ବ୍ୟାଙ୍କ ଲକର ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିବା କହିଛନ୍ତି ସମବାୟ ବ୍ୟାଙ୍କର ଏଆରସିଏସ |